ଆରୋଗ୍ୟ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ଆଉ ୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହେଲେ । ସେମାନେ ସମସ୍ତେ ଯାଜପୁର ଜିଲ୍ଲାର । ଏମାନଙ୍କୁ ମିଶାଇ ଗୁରୁବାର ସୁଦ୍ଧା ରାଜ୍ୟରେ ୧୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଓଡ଼ିଶାରେ ୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରେ କେବଳ ଯାଜପୁର ଜିଲ୍ଲାରୁ ଅଛନ୍ତି ୮୮ ଜଣ । ସେମାନଙ୍କ ଭିତରୁ ପୂର୍ବରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଗୁରୁବାର ୧୫ ଜଣ ଆରାଗ୍ୟ ଲାଭ କରିଥିବା ଜଣାପଡିଛି । ଗୁରୁବାର ସୁଦ୍ଧା କରୋନାରେ ରାଜ୍ୟ ୩ ଜଣଙ୍କୁ ମୃତୁ୍ୟ ଘଟିଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧୫୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons