ଉଲିବଶା ଗାଁରେଅଭାନୀୟ କାଣ୍ଡ : ୩ ନାବାଳିକା ଝିଅଙ୍କୁ ମାରି ବାପାରଆତ୍ମହତ୍ୟା

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ନ୍ୟୁଜ୍):କେନ୍ଦୁଝର ଜିଲ୍ଲାଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ଉଲିବଶା ଗ୍ରାମରେ ଶୁକ୍ରବାରଅପରାହ୍ନରେଅଭାବନୀୟ ଘଟଣା ଘଟିଛି । ଆନନ୍ଦପୁର ଥାନାଠାରୁ ୪୦ କିମି ଦୁରରେ ଘଟିଥିବା ଏହି ଘଟଣା ହୃଦୟ ବିଦାରକ । ଜଣେ ପିତା ତାର ୩ ନାବାଳିକା ଝିଅଙ୍କୁ ଟାଙ୍ଗିଆରେ ହାଣିଅତି ବିଭିତ୍ସ ଭାବେ ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମନାକୁଆସିଛି । ପିତା ଜଣକ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଘଟାଇଥିବା ଗାଁ ଲୋକେ ସନ୍ଦେହ କରିଛନ୍ତି । ପୋଲିସ ପହଞ୍ôଚ ମୃତଦେହ ଗୁଡ଼ିକ ଜବତ କରିବା ସହ ହତ୍ୟାର ପ୍ରକୃତ ରହସ୍ୟ ସମ୍ପର୍କରେ ଛାନ୍ଭିନ୍ଆରମ୍ଭ କରିଛି ।
ଉଲିବଶା ଗ୍ରାମର ଦୁର୍ଗା ସିଧୁ । ନିଜର ତିନି ଝିଅକୁ ଘର ଭିତରେ ପୁରାଇଥିଲା । ଏହାପରେ କବାଟ ବନ୍ଦ କରି ଜଣକ ପରେ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇଆତ୍ମହତ୍ୟା କରିଥିଲା । ବଡ଼ ଝିଅ ଗୁରୁବାରି (୯ ବର୍ଷ) ଚତୁର୍ଥ ଶ୍ରେଣୀ, ମଝିଆ ଝିଅ ମାମିନା (୮ ବର୍ଷ) ତୃତୀୟ ଶ୍ରେଣୀ ଓ ସାନ ଝିଅ ମୁକ୍ତା (୩ ବର୍ଷ) ଗାଁଅଙ୍ଗନବାଡ଼ିରେ ପାଠ ପଢେ । ଖରା ଛୁଟି ଥିବାରୁ ସମସ୍ତେଆଜି ଘରେ ଥିଲେ । ଦିନ ଗୋଟାଏ ସମୟରେ ଦୁର୍ଗା ନିଜ ମାଆ ଗୁରୁବାରିଙ୍କୁ ହାଟକୁ ଯିବାକୁ କହିଥିଲେ । ଦିନ ୨ ଟାରୁ ୨.୩୦ ମଧ୍ୟରେ କୌଣସି ଏକ ସମୟରେ ମାଆ ହାଟରୁ ଫେରିବା ପରେ ଘର କବାଟ ଭିତରପଟୁ ବନ୍ଦ ଥିବା ଦେଖିଥିଲେ । ଏହାପରେ କୌଣସି ମତେ ଘର କବାଟ ଖୋଲିବା ପରେ ଭିତର ଦୃଶ୍ୟ ଥିଲାଅତି ବିଭତ୍ସ ବୋଲି ମାଆ ଗୁରୁବାରି କହିଛନ୍ତି ।
ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିବା ପରେ ପୁଲିସକୁ ଖବର କରିଥିଲେ । ପାଖାପାଖି ୩ ବର୍ଷ ପୂର୍ବେ କୌଣସି ଏକ ରୋଗରେ ପୀଡିତ ଦୁର୍ଗାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ଚିକିତ୍ସା ପାଇଁ ଦୁର୍ଗାଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରଠାରୁ ଦୁର୍ଗା ମାନସିକଅବସାଦରେ ରହୁଥିଲେ । ଯେଉଁଥତ୍ପାଇଁ ସେଆଜି ଏଭଳି କାଣ୍ଡ ଘଟାଇଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ।
ଖବର ପାଇଆନନ୍ଦପୁର ପୁଲିସ ଟିମ୍ ଉଲିବଶାରେ ପହଞ୍ôଚ ମୃତଦେହ ଗୁଡ଼ିକ ଜବତ କରିବା ସହଅଧିକ ତଦନ୍ତଆରମ୍ଭ କରିଛି । ପୁଲିସ ସାଇନ୍ଟିଫିକ୍ ଟିମ୍ର ସହାୟତା ନେଇ ତଦନ୍ତ ପ୍ରକ୍ରିୟାକୁଆଗକୁ ବଢାଇବ ବୋଲି କହିଛି । ପ୍ରାଥମିକ ତଦନ୍ତରୁ ନିଜେ ଦୁର୍ଗା ଝିଅମାନଙ୍କୁ ହତ୍ୟା କରିଆତ୍ମହତ୍ୟା ଥିବା ପୁଲିସ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons