ଆନନ୍ଦପୁର: ଘଷିପୁରା ଥାନା ବାରିଗାଁ ନିକଟ ଏକ ବିଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୁହାଳିଆ ଗାଁର ରୋହିତ ଜେନା। ବିଲ ହୁଡ଼ାରେ ଥିବା ଏକ ଗଛ ତଳେ ମୃତ ଦେହ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଵର୍ଗ ଙ୍କୁ ଖବର କରିଥିଲେ। ମୃତକଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ରଶିର ଅନ୍ୟଭାଗ ଗଛରେ ଝୁଲୁଛି।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରିଛି। ହେଲେ ପରିବାର ଲୋକେ ରୋହିତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି।
ମୃତ ରୋହିତଙ୍କର ଦୁଇଟି ପତ୍ନୀ। ଦୁଇ ଭଉଣୀଙ୍କୁ ସେ ବାହା ହୋଇଥିଲେ। କୌଣସି କାରଣ ନେଇ ମନ ମାଳିନ୍ୟ ଯୋଗୁ ଦୁଇ ପତ୍ନୀ ନିଜ ବାପଘରକୁ ଚାଲିଯାଇଥିଲେ। ଗତ ମଙ୍ଗଳବାର ରୋହିତ ନିଜ ପତ୍ନୀ ମାନଙ୍କୁ ଆଣିବାକୁ ଯାଇଥିବା ବେଳେ ଆଜି ସକାଳୁ ବିଲରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।


Comments are closed, but trackbacks and pingbacks are open.