ଏକ୍ସପାୟରି ପାଣି ବୋତଲର ତାରିଖ ଲିଭାଇ ବିକ୍ରି

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ): ଲୋକଙ୍କ ଜୀବନ ସହ ଖେଳ । ଏକ ନାମିଦାମୀ କମ୍ପାନିର ଏrପାୟରି ପାଣି ବୋତଲରୁ ତାରିଖ ଲିଭାଇ ପୁଣି ବିକ୍ରି କରାଯାଉଛି । ବର୍ଷବର୍ଷ ଧରି ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ଜଳ ଜାଲିଆତି କରୁଥିବା ସ୍ଥାନୀୟ ବ୍ରହ୍ମପୁରାସ୍ଥିତ ଏକ ଗୋଦାମ ଘରେ ପାଟଣାଗଡ଼ ପ୍ରଶାସନ ଚଢଉ କରିଛି । ଗୋଦାମରୁ ଏକ୍ସପାୟରି ପାଣି ବୋତଲରୁ ତାରିଖ ଲିଭାଇ ପୁଣି ନୂଆ ତାରିଖ ଦେଇ ସିଲ କରିଥିବା ପାଣି ବୋତଲ ଜବତ କରାଯାଇଛି । ପ୍ରଶାସନ ପକ୍ଷରୁ ସଂପୃକ୍ତ ଗୋଦାମକୁ ସିଲ କରାଯାଇଥିବା ବେଳେ ପୁଲିସ ଗୋଦାମ ମାଲିକକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାନୁଯାୟୀ ଆଜି ପାଟଣାଗଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ମାଜିଷ୍ଟେ୍ରଟ ଭାବେ ଖପ୍ରାଖୋଲ ତହସିଲଦାର ଧିରଜ ପାତ୍ର, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ବଲାଙ୍ଗିର ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ସିଙ୍କୁ, ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାୟଙ୍କ ସହ ପୁଲିସ ଆଜି ବ୍ରହ୍ମପୁରାସ୍ଥିତ ଏକ ଗୋଦାମ ଘରେ ଚଢଉ କରିଛନ୍ତି । ଏହି ଗୋଦାମର ମାଲିକ ହେଉଛନ୍ତି ବିଶେଶ୍ୱର ପାଣିଗ୍ରାହୀ । ଚଢ଼ଉ ବେଳେ ଦୁଇଜଣ ଶ୍ରମିକଙ୍କୁ ଲଗାଇ ଏକ ନାମିଦାମୀ କମ୍ପାନିର ଏrପାୟରି ପାଣି ବୋତଲ ଗୁଡିକରେ ଥିବା ତାରିଖକୁ ଥିନର ସାହାଯ୍ୟରେ ଲିଭାଯାଇ ନୂଆ ତାରିଖ ଦେଇ ବିକ୍ରି ଉପେଯାଗୀ କରୁଥିଲେ । ଗୋଦାମରୁ ଆହୁରି ମଧ୍ୟ ସ୍ପ୍ରିଲ କମ୍ପାନିର ବିଭିନ୍ନ ପ୍ରକାର ଜୁସ ଏବଂ ପାନୀୟ ଦ୍ରବ୍ୟ(ଯାହାର ଉପଯୋଗୀ ତାରିଖ ଶେଷ ହୋଇଥିବା) ମିଳିଥିଲା । ତେଣୁ ପ୍ରଶାସନ ପକ୍ଷରୁ ଗୋଦାମକୁ ସିଲ କରି ଦିଆଯାଇଛି । ଏଥିସହ ଗୋଦାମ ମାଲିକ ବିଶେଶ୍ୱରଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରହିଛି । ସେ ପାଟଣାଗଡ ରାମପୁରସ୍ଥିତ ସ୍ପ୍ରିଲ ଗୋଦାମରୁ ତାହା ଆଣିଥିବା କହିଥିବାରୁ ଏସଏସ ଇଣ୍ଡଷ୍ଟ୍ରିଜର ମାଲିକ ସରୋଜ ମେହେର ଏବଂ ସୁରେଶ ମେହେର ସନେ୍ଦହ ଘେରକୁ ଆସିଛନ୍ତି । ପରେ ପ୍ରଶାସନ ପକ୍ଷରୁ ରାମପୁର ଠାରେ ଥିବା ସ୍ପ୍ରିଲ ଫ୍ୟାକ୍ଟରିର ଦୁଇଟି ସ୍ଥାନରେ ଚଢଉ କରାଯାଇଥିଲା । ପୁରୁଣା କାରଖାନାରେ ବିପୁଳ ପରିମାଣର ଏrପାୟରି ପାଣି ବୋତଲ ଏବଂ ଡିଷ୍ଟିଲ ୱାଟର ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଡିଷ୍ଟିଲ ୱାଟରରେ ତାଙ୍କ କାରଖାନାର ଲେବୁଲ ଲାଗିନଥିବା ବେଳେ କଳିଙ୍ଗ ଗେସେସ୍ କମ୍ପାନିର ଲେବଲ ଲାଗିଛି । ଏଠି ପ୍ରଶ୍ନ ଉଠୁଛି ଏସଏସ ଇଣ୍ଡଷ୍ଟ୍ରିଜକୁ କଳିଙ୍ଗ ଗେସେସ କମ୍ପାନିର ଡିଷ୍ଟ୍ରିଲ ୱାଟର ଆସିଲା କେମିତି? ତେଣୁ ଅଲଗା କମ୍ପାନି ନାମରେ ଏସଏସ ଇଣ୍ଡଷ୍ଟ୍ରିଜ ଡିଷ୍ଟିଲ ୱାଟର ବିକ୍ରି କରୁଥିବା ସନେ୍ଦହ କରାଯାଉଛି । ଦୀର୍ଘଦିନରୁ ଏହି ବେଆଇନ କାରବାର ଚାଲିଥିଲେ ବି ପ୍ରଶାସନ କେମିତି ଜାଣିପାରିଲାନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ସିଙ୍କୁ ଜବତ ନମୁନା ସଂଗ୍ରହ କରି ମାନ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ଏବଂ ନମୁନା ଆସିଲା ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଅପରପକ୍ଷେ ଏସଏସ ଇଣ୍ଡଷ୍ଟ୍ରିଜର ମାଲିକ ସରୋଜ ମେହେର ବିଶେଶ୍ୱର ପାଣିଗ୍ରାହୀଙ୍କ ଗୋଦାମରୁ ଜବତ ହୋଇଥିବା ପାଣି ବୋତଲ ତାଙ୍କ ଫ୍ୟାକ୍ଟ୍ରିର ନୁହଁ, ଏହା ଛତିଶଗଡରୁ ଅଣାଯାଇଛି ବୋଲି କହିଛନ୍ତି । ତେବେ ସେ ପାଣି ବୋତଲ ଯାହାର ବି ହେଉ ଏrପାୟରି ତାରିଖ ପରିବର୍ତ୍ତନ କରି ଲୋକଙ୍କ ଜୀବନ ସହ ଖେଳିବା ଘଟଣାକୁ ଜନସାଧାରଣ ଦୃଢ ନିନ୍ଦା କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣି ଦୋଷୀ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons