ଏଟିଏମ୍ ପିନ୍ ନଦେବାରୁ ଯୁବକଙ୍କୁ ଆକ୍ରମଣ:୩୫ହଜାର ଟଙ୍କା ଲୁଟ୍

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ): ଏଟିଏମ୍ ପିନ ନଦେବାରୁ ଯୁବକଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍ ନିକଟରେ ଘଟିଛି ଏହି ଘଟଣା । ଷ୍ଟେସନ ପରିସରରେ ଥିବା ଏକ ଏଟିଏମ୍ରୁ ଟଙ୍କା ଉଠାଉଥିବା ଜଣେ ଯୁବକଙ୍କୁ ଏକୁଟିଆ ଦେଖି ୩ଜଣ ଦୁର୍ବୃତ୍ତ ଏଟିଏମ୍ କାଡର଼୍ ଓ ପିନ୍ ନମ୍ବର ମାଗିଥିଲେ । ହେଲେ ଯୁବକ ଜଣକ ପିନ ଦେଇନଥବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ୩୫ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଛନ୍ତି ସୋର ଥାନା ସାଉଡ଼ ଗ୍ରାମର ଅଜୟ ବାରିକ (୨୪) । ରବିବାର ଅପରାହ୍ନ ୨ଟାରେ ସୋର ଷ୍ଟେସନ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ୍ ଏଟିଏମ୍ରୁ ଅଜୟ ୩୫ହଜାର ଟଙ୍କା ଉଠାଇଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏଟିଏମ୍ କେନ୍ଦ୍ରକୁ ଆସି ତାଙ୍କଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିବା ସହ ଏଟିଏମ କାଡର଼୍, ପିନ୍ ମାଗିଥିଲେ । ଅଜୟ ନଦେବାରୁ ସେମାନେ ଅଶ୍ଳୀଳ ଗାଳିଗୁଲଜ କରିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ଲାପ୍ଟପ୍ ଭାଙ୍ଗିବା ସହ ଟଙ୍କା ଛଡେ଼ଇ ନେଇ ପଳେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ, ଷ୍ଟେସନ ଆଗରେ ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ରେଳବାଇ୍ ପୁଲିସ କେବଳ ଦେଖଣାହାରୀ ସାଜିଥିଲା । ମାଡ଼ ହେଉଥିବା ଯୁବକଙ୍କୁ ସହାୟତା କରି ନଥିଲେ । ଏ ସମ୍ପର୍କରେ ସାଧାରଣରେ ପ୍ରଶ୍ନ ହେବାରୁ ସେ ଓଲଟି କହିଥିଲେ ଯେ ଘଟଣା ସୋର ଥାନା ଅଞ୍ଚଳରେ ଘଟିଥିବାରୁ ଏଥିରେ ତାଙ୍କର କୌଣସି ଦାୟିତ୍ୱ ନାହିଁ । ଏ ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons