ଏଡିଏମଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ କରିଲୋପାଟଣା ମହାବିଦ୍ୟାଳୟରେ ଅନ୍ଲାଇନ କ୍ଲାସ୍ ନିୟମିତ ହେଉନାହିଁ । କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜର ସ୍ୱତନ୍ତ୍ର ଅଧିକାରୀ ବସନ୍ତ କୁମାର ରାଉତଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ରହିଛି ଯେ, ୨୦୨୦-୨୧ ଶିକ୍ଷାବର୍ଷର ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଫି’ ବ୍ୟବସ୍ଥା ଅନୁଯାୟୀ ପରିବାରର ଆର୍ଥିକ ଦୁଃସ୍ଥିତି ସତ୍ତେ୍ୱ ସେମିଷ୍ଟର ଫି’ ବାବଦକୁ ବହୁ ଅଧିକ ଅର୍ଥ ଦେଇ ନାମ ଲେଖାଇଥିଲେ । କିନ୍ତୁ କଲେଜର ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାର ଆଳ ଦେଖାଯାଇ ସେମାନଙ୍କ କ୍ଲାସ୍ ସଠିକ୍ ଭାବରେ କରାଯାଉନାହିଁ । କୋଭିଡ-୧୯ ଯୋଗୁ ସେମାନଙ୍କ ନିୟମିତ କ୍ଲାସ୍ ବାଧାପ୍ରାପ୍ତ ହୋଇଥିବା ବେଳେ ଆଗକୁ କରୋନାର ଦ୍ୱିତୀୟ ଲହର ଆସୁଥିବା ଅବସରରେ ସରକାରଙ୍କ ଦ୍ୱାରା ପଞ୍ଜୀକରଣ କରାଯିବାକୁ ନିଦେ୍ର୍ଧଶ ଆସିଛି । ଅନ୍ୟପକ୍ଷରେ ଭର୍ଚୁଆଲ କ୍ଲାସ୍ ପାଇଁ ସେମାନେ ବିଶ୍ୱାସ ହରାଇ ବସିଥିବା ଅଭିଯୋଗ କରିଛନ୍ତି । କଲେଜ ପକ୍ଷରୁ ଅନ୍ଲାଇନ୍ କ୍ଲାସ୍ ନିମନ୍ତେ ମୋବାଇଲ କିଣିବା ପାଇଁ କୁହାଯାଇଥିବା ବେଳେ ଅତ୍ୟନ୍ତ ଦୁଃସ୍ଥିତି ମଧ୍ୟରେ ଥିବା କେତେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ଗାଈ, ଛେଳି ପ୍ରଭୃତି ବିକି ମୋବାଇଲ୍ କିଣି ଦେଇଥିବା ବେଳେ ଅନ୍ୟ କେତେକ ପିଲା ଧାରଉଧାର କରି ମୋବାଇଲ୍ କିଣିଥିଲେ । କିନ୍ତୁ ଅଦ୍ୟାବଧି ଅନ୍ଲାଇନ୍ କ୍ଲାସ ହୋଇପାରିନାହିଁ । ପ୍ରଥମ ସେମିଷ୍ଟର ପରୀକ୍ଷା ଆଉ ମାତ୍ର ଅଳ୍ପଦିନ ମଧ୍ୟରେ ହେବାକୁ ଯାଉଥିବାରୁ ଏଭଳି ପରିସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସକଙ୍କର ଅପରିଣାମଦର୍ଶିତା ଯୋଗୁ ଯେମିତି ସେମାନଙ୍କ ଭବିଷ୍ୟତ ଅନ୍ଧକାର ନହୁଏ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜର ସ୍ୱତନ୍ତ୍ର ଅଧିକାରୀଙ୍କୁ ନିବେଦନ କରିଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଷ୍ଣୁପ୍ରିୟା ମହାନ୍ତି, ପ୍ରହଲ୍ଲାଦ ଜେନା, ବିଶ୍ୱଭୂଷଣ ସ୍ୱାଇଁ, ସୁଜ୍ଞାନୀ ପରିଡ଼ା,ସସ୍ମିତା ନାୟକ, ରମାକାନ୍ତ ନାୟକ, କଲ୍ୟାଣୀ ପ୍ରିୟଦର୍ଶିନୀ ସାମଲ, ସୁଚିସ୍ମିତା ପରିଡ଼ା, ସ୍ୱର୍ଣ୍ଣପ୍ରଭା ଜେନା, ରଶ୍ମିତା ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ପ୍ରିୟଙ୍କା ସ୍ୱାଇଁ, ରଞ୍ଜନ ପରିଡ଼ା, ମାନସୀ ଷଡ଼ଙ୍ଗୀ, ପ୍ରିୟଦର୍ଶିନୀ ପରିଡ଼ା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons