ଏମାର ମଠ ବଣିଆପଟି ଧରାଶାୟୀ:ଗାଦି ଛାଡ଼ିନାହାନ୍ତି ମହନ୍ତ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପାଖରେ ୭୫ ମିଟର ଅବଧି ଉଚ୍ଛେଦ ଜାରି ରହିଛି । ଶନିବାର ଚତୁର୍ଥ ଦିନ ପାଇଁ ଏମାର ମଠ ଉଚ୍ଛେଦ ନିର୍ବିରୋଧ ଶେଷ ହୋଇଛି । ଉଚ୍ଛେଦରେ ବିସ୍ଥାପିତ ଦୋକାନୀମାନେ ଜଗା ପାଇଁ ତ୍ୟାଗ ସ୍ୱୀକାର କରିଥିବା କହିଛନ୍ତି । ରବିବାର ଛୁଟି ଦିନ ଥିବା ବେଳେ ସୋମବାର ଗଣେଶ ପୂଜା ଅଛି । ତେଣୁ ବହୁତ ଯାତ୍ରୀ ଶ୍ରୀମନ୍ଦିର ଦର୍ଶନରେ ଆସିବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ କାମ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।
ଏମାର ମଠର ବାଲିସାହି କାକୁଡ଼ିଖାଇ ଛକରେ ରହିଥିବା ୧୨ଟି ଅଳଙ୍କାର ଦୋକାନକୁ ପ୍ରଶାସନ ଆଜି ଉଚ୍ଛେଦ କରିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଜାରି ରହିଥିଲା । ସନ୍ଧ୍ୟା ସୁଦ୍ଧା ଏମାର ମଠ ଉଚ୍ଛେଦ ପାଖାପାଖି ୭୦ ଭାଗ ସରିଛି । ମଠ ମହନ୍ତ ଆଜି ବି ତାଙ୍କର ପ୍ରକୋÂ ଛାଡି ନାହାନ୍ତି । ପ୍ରଶାସନ ତାଙ୍କ ସହ ଯୋଗଯୋଗରେ ରହିଛି । ମହନ୍ତଙ୍କ ଗାଦି, ପୂଜାସ୍ଥାନ, ମନ୍ଦିର, ଝୁଲଣ ମଣ୍ଡପକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ତାର ପ୍ରତିଶ୍ରୁତି ଦୋହରାଇଛି ।
ଆଜି ଉଚ୍ଛେଦ ପୂର୍ବରୁ ସକାଳ ୬ଟାରୁ ସିଂହଦ୍ୱାର, ମେଘନାଦ ପାଚେରି କଡ଼ ଓ କାକୁଡ଼ିଖାଇ ମନ୍ଦିର ଇଲାକା ମଧ୍ୟରେ ରହିଥିବା ବିଜୁଳି ସଂଯୋଗକୁ ସେସୁ ବନ୍ଦ କରିଥିଲା । ଏହା ପରେ ବଣିଆପଟି ଅଳଙ୍କାର ଦୋକାନ ଉଚ୍ଛେଦ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ବଣିଆପଟିର କାକୁଡ଼ିଖାଇ ମନ୍ଦିର ଦୁଇପାଶ୍ୱର୍ରେ ରହିଥିବା ୧୨ଟି ଅଳଙ୍କାର ଦୋକାନ ଉଚ୍ଛେଦ ସରିଥିଲା । ଉଚ୍ଛେଦ ଶେଷ ହେବା ପରେ ସନ୍ଧ୍ୟା ସାଢେ଼ ୬ଟାରେ ଏହି ଇଲାକାକୁ ବିଜୁଳି ପୁନଃ ସଂଯୋଗ କରାଯାଇଥିଲା ।
ଏମାର ମଠ ମହନ୍ତ ଆଜି ବି ତାଙ୍କର ପ୍ରକୋÂ (ଗାଦି) ଛାଡ଼ିନାହାନ୍ତି । ମଠ ପରିସରରେ ଆହୁରି ରହିଛି ଦଶରୁ ଅଧିକ ଜରାଜୀର୍ଣ୍ଣ କୋଠା । ଗତକାଲି ରାତିରେ ମଠ ମହନ୍ତଙ୍କ ଆସ୍ଥାନର ସ୍ଥିତି ପରିଖିଥିଲା ପ୍ରଶାସନ । ମଠ ମହନ୍ତଙ୍କ ପ୍ରକୋÂ ଅପେକ୍ଷାକୃତ ମଜବୁତ ଥିବାର ପ୍ରଶାସନ ଅନୁଭବ କରିଥିଲା । କାରଣ ମଠ ମହନ୍ତଙ୍କ ପ୍ରକୋÂକୁ ଲାଗି ରହିଥିଲା ବଣିଆପଟି ଅଳଙ୍କାର ଦୋକାନ । ଉଚ୍ଛେଦ ବେଳେ ବୁଲ୍ଡୋଜର ଓ ଭାଇବ୍ରେଟର ପ୍ରଭାବରେ ମଠ ମହନ୍ତଙ୍କ ପ୍ରକୋÂକୁ କିଛି କ୍ଷତି ପହଞ୍ଚିବ କି ନାହିଁ ତାହା ଆକଳନ କରିବା ପରେ ପ୍ରଶାସନ ବଣିଆପଟି ଉଚ୍ଛେଦ ନିଷ୍ପତ୍ତି ନେଇଥିଲା ।
ଜିଲ୍ଲାପାଳ କହିଛନ୍ତି ଯେ, ଏମାର ମଠ ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇନାହିଁ । ଗଣେଶ ପୂଜା ପାଇଁ ଉଚ୍ଛେଦ ଅଭିଯାନ ବନ୍ଦ ରହିବ । ଏହା ପରେ ବିପଦସଙ୍କୁଳ ବଡ଼ଆଖଡ଼ା ମଠ ଓ ସାନଛତା ମଠ କୋଠାକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦର ତାରିଖ ପରେ ଘୋଷଣା କରାଯିବ । ଏହି ଦୁଇ ମଠରେ ରହିଥିବା ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ ଆଗୁଆ ସୂଚନା ଦିଆଯାଇଛି ।
ଜିଲ୍ଲାପାଳ କହିଥିଲେ ଯେ, ଏମାର ମଠ ମହନ୍ତଙ୍କ ଧର୍ମଭାବନାକୁ ସୁରକ୍ଷା ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିର ଧର୍ମ ଭାବନା ରହିଛି । ମଠ ମହନ୍ତଙ୍କ ଗାଦିକୁ ସୁରକ୍ଷା ଦିଆଯିବ । ମଠର ପୂଜାସ୍ଥାନ, ଠାକୁର ମନ୍ଦିରକୁ ରକ୍ଷଣାବେକ୍ଷଣ କରାଯିବ । ମଠ ମହନ୍ତଙ୍କ ସହ ଏହି ପ୍ରସଙ୍ଗରେ ପ୍ରଶାସନ ଯୋଗାଯୋଗରେ ରହିଛି ।
ଶ୍ରୀମନ୍ଦିର ଅଗ୍ନି କୋଣରେ ମେଘନାଦ ପାଚେରି କୋଣରେ ରହିଥିବା ମା’ କାକୁଡ଼ିଖାଇଙ୍କ ମନ୍ଦିରକୁ ଭଙ୍ଗାଯିବ ନାହିଁ । ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons