ତାଳଚେର,(ବି.ବି.ନୁ୍ୟଜ୍): ଏମ୍ସିଏଲ୍ର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ପ୍ରଭାତ କୁମାର ସିହ୍ନା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ରାୟପୁର ସ୍ଥିତ ଏନ୍ଆଇଟିରୁ ବିଟେକ୍ ଓ ଧାନବାଦସ୍ଥିତ ଆଇଆଇଟିରୁ ମାଇନିଂରେ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିବା ଶ୍ରୀ ସିହ୍ନା କୋଲ୍ ଇଣ୍ଡିଆର ବିଭିନ୍ନ ସହାୟକ କମ୍ପାନୀରେ ଭିନ୍ନ ଭିନ୍ନ ପଦବିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଦୀର୍ଘ ୩୭ ବର୍ଷରୁ ଅଧିକ ସମୟ ପୋଖରିଆ ଖାଦାନ ଓ ଭୂତଳ କୋଇଲା ଖଣିରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି । ଶ୍ରୀ ସିହ୍ନା ବିଳାସପୁର ସ୍ଥିତ ସାଉଥ୍ଇଷ୍ଟର୍ଣ୍ଣ କୋଲ୍ ଫିଲଡ୍ସ ଲିମିଟେଡ୍ (ଏସ୍ଇସିଏଲ୍)ରେ ବୈଷୟିକ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରିବା ପରେ ଏବେ ନର୍ଦ୍ଧର୍ଣ୍ଣ କୋଲ୍ ଫିଲଡ୍ସ ଲିମିଟେଡ୍ (ଏନ୍ସିଏଲ୍)ର ଅଧ୍ୟକ୍ଷ କାର୍ଯ୍ୟଭାର ତୁଲାଉଛନ୍ତି । ଏମ୍ସିଏଲ୍ର ଅଧ୍ୟକ୍ଷ ଥିବା ଭୋଳାନାଥ ଶୁକ୍ଲା ଚାକିରିରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ସିହ୍ନାଙ୍କୁ ଏମ୍ସିଏଲ୍ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାର ଏମ୍ସିଏଲ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.