ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଖୋଲିବ ବ୍ୟାଚଲର ପାର୍ଟିର ସତ

Get real time updates directly on you device, subscribe now.

ବଲାଙ୍ଗୀର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ । ଟ୍ରେନିଂ ସମୟରେ ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ରହଣି ନେଇ ତଦନ୍ତ ଜାରି ରହିଛି । LI ଟ୍ରେନିଂ ସେଣ୍ଟରର ମୁଖ୍ୟ ତଥା ଡେପୁଟି ଡାଇରେକ୍ଟର ଡକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚରା ଚାଲିଛି। ବିଦ୍ୟାଭାରତୀ ବଲାଙ୍ଗୀର ରହଣି ସମୟରେ ସେ କାହା କାହା ସହିତ ମିଶୁଥିଲେ, ହଷ୍ଟେଲରେ ତାଙ୍କର କିଏ କିଏ ଘନିଷ୍ଠ ବନ୍ଧୁ ଥିଲେ ସେନେଇ ପଚରାଉଚରା ଚାଲିଛି । ସେହିପରି ବିଦ୍ୟାଭାରତୀ କେଉଁଠି ଓ କାହା ପାଖକୁ କଣ କାମ ପାଇଁ ଯାଉଥିଲେ । ସେନେଇ ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ଏହାସହ ବ୍ୟାଚଲର ପାର୍ଟି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୋଲିସ। ଅନ୍ୟପଟେ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଛି ଏବଂ ଆବଶ୍ୟକ ପଡିଲେ ଡିଏଫଓ ପୁଣି ସ୍କାନରକୁ ଆସିପାରନ୍ତି ବୋଲି ଏସପି କହିଛନ୍ତି।

ରିପୋର୍ଟ ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons