ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ (ଓଏଲପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ବିଡ୍ରେ ପୁରସ୍କୃତ ୩୨ ବ୍ଲକ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି ।
ଏହି ଓଏଲପି କଣ୍ଟ୍ରାକ୍ଟ ଫଳରେ ଆଗାମୀ ଦିନରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ର ବ୍ୟାପକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଅଶୋଧିତ ତୈଳ ଓ ଗ୍ୟାସର ଉତ୍ପାଦନ ବଢାଇବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି ।
ଆଗାମୀ ଦିନରେ ଭାରତ ୫ ଟ୍ରିଲିୟନର ଅର୍ଥନୀତି ହେବାକୁ ଯାଉଛି । କିଛି ବର୍ଷ ଭିତରେ ଉର୍ଜା ବ୍ୟବହାରରେ ଭାରତ ଚୀନକୁ ଟପିଯିବ । ଗତ ୫ ବର୍ଷରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବହୁ ସଂସ୍କାର ଅଣାଯାଇଛି । ତେବେ ଓଏଲପିର ସଫଳ ବିଡରଙ୍କୁ କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, ଆଲୋଚନା ଓ ବୁଝାମଣା ମାଧ୍ୟମରେ କୌଣସି ବିଷୟର ସମାଧାନ କରାଯାଇପାରିବ । କୌଣସି ପ୍ରକଳ୍ପ ବିଳମ୍ବ ହେବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି ।


Comments are closed, but trackbacks and pingbacks are open.