ଓଡିଶାରେ ଦେଶର ପ୍ରଥମ ସିନଗ୍ୟାସ୍ ପ୍ଲାଂଟ ନିର୍ମାଣ ହେବ:ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନ୍‌ଗ୍ୟାସ୍ ବନାଯିବାର ଯୋଜନା ରହିଛି । ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଏବଂ ପେଟ୍‌କୋକ୍ ଉଭୟକୁ ମିଶାଇ ସିନଗ୍ୟାସର ବହୁତ ବଡ ନେଟୱାର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି । ଓଡିଶା ରାଜ୍ୟରେ ଏହାର ପ୍ରଥମ ପ୍ଲାଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ । ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନଗ୍ୟାସ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଏଫଆଇସିସିଆଇ ପକ୍ଷରୁ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗ୍ୟାସ କ୍ଷେତ୍ରକୁ କିପରି ଆଗକୁ ବଢାଯିବ ତାହା ଏବେ ଚ୍ୟାଲେଞ୍ଜ ସଦୃଶ ହୋଇଛି । ୨୫-୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ୱେଷଣ ଗତିବିଧି ଉପରେ ପ୍ରାଥମିକତା ଦିଆଯାଉଥିଲା ମାତ୍ର ଏବେ ଗ୍ୟାସ ଉର୍ଜା ବାସ୍କେଟର ଏକ ମହତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ବସ୍ତୁ ହୋଇସାରିଛି । ଦେଶରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ ଏବଂ ଯୋଗାଣ ଉଭୟରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲଏନଜି ଗ୍ୟାସର ଉପଲବ୍ଧି ମଧ୍ୟ ବଢିବ । ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ତଥା ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି । ଏହି ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ଅବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଗ୍ୟାସ ବ୍ୟବହାରକୁ ୨୦୨୯-୩୦ ସୁଦ୍ଧା ୬୦୦ ଏମଏମଏସସିଏମଡି କରିବାକୁ ହେବ ।
ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗ୍ୟାସ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବିଗତ ୫ ବର୍ଷ ମଧ୍ୟରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍ , ଟର୍ମିନାଲ , ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ୟ୍ୟ କ୍ରିୟାନ୍ୱୟନ ଚାଲିଛି ।
ସେ କହିଛନ୍ତି ଯେ ଭାରତରେ ସିଟି ଗ୍ୟାସ ବିତରଣ(ସିଜିଡି) ସଂପ୍ରସାରଣରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି । ଖୁବ ଶୀଘ୍ର ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକମାନେ ଗ୍ୟାସର ସୁବିଧା ପାଇପାରିବେ । ଭାରତର ଇସ୍ପାତ୍ ହବ୍ ପୂର୍ବ ଭାରତ ଏହାର ଲାଭ ପାଇପାରିବ କାରଣ ଇସ୍ପାତ୍ ନିର୍ମାଣ କରିବାରେ ଗ୍ୟାସ ହେଉଛି ଉପଯୁକ୍ତ ଏବଂ ସୁଲଭ ମୂଲ୍ୟର ପଦାର୍ଥ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ସଂପ୍ରସାରଣରେ ଭାରତ ଯେଉଁ ଲମ୍ବା ଲମ୍ଫ ଦେଇଛି ତାହା ହେବେ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons