ଓଲଟିଲା କୋଇଲା ବୋଝେଇ ଟ୍ରକ୍

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥ ତାରାଗାଁ ଶାଳବଣ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁସାରେ, ଅପରାହ୍ନ ୪ଟା ବେଳେ ନବରଙ୍ଗପୁରଠାରୁ ଏକ କୋଇଲା ବୋଝେଇ ଟ୍ରକ୍ କଳାହାଣ୍ଡି ଅଭିମୁଖେ ଯାଉଥିଲା । ୨୬ ନମ୍ବର ଜାତୀୟ ରାଜପଥର ତାରାଗାଁ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ରାସ୍ତାକଡରେ ଥିବା ଶାଳବଣ ଭିତରେ ପଶିଯାଇଥିଲା । ଗାଡିଟି ଗୋଟିଏ ଶାଳଗଛକୁ ଧକ୍କା ଦେବାପରେ ଟ୍ରକ୍ ଓଲଟି ପଡିଥିଲା । ଏ ସମ୍ପର୍କରେ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons