ଛତ୍ରପୁର,(ବି.ବି.ନ୍ୟୁଜ୍): ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରେ ବୁଡ଼ି କାମ୍ପ ପ୍ରଧାନ(୫୭)ଙ୍କ ମୃତ୍ୟୁ ହୋଇଛି । ସେ ନଦୀ ପାର ହେଉଥିବା ସମୟରେ ଗଣ୍ଡ ଭିତରକୁ ପଶିଯାଇଥିଲେ । ତାଙ୍କ ଘର ଗଞ୍ଜାମ ବ୍ଲକ ଉମୁରିଧର୍ମ ଶରଣପୁର ଗ୍ରାମ ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ଶବ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିଛନ୍ତି । ଗଞ୍ଜାମ ଥାନା ପୁଲିସ ସହାୟତାରେ ଶବ ଛତ୍ରପୁର ଡାକ୍ତରଖାନାକୁ ଅଣାଯାଇଛି । ମିଳିଥିବା ସୂଚନା ମୁତାବକ କାମ୍ପ ତା’ର ଝିଅ ଘର ଛତ୍ରପୁର ବ୍ଲକ ପୋଟଲାମପୁର ଗ୍ରାମକୁ ଯାଇ ନଦୀ ପାର ହୋଇ ଗ୍ରାମକୁ ଫେରୁଥିବା ସମୟରେ ଗଣ୍ଡରେ ଭାସି ଯାଇଥିଲେ ବୋଲି ସମିତିସଭ୍ୟ ଶତୃଘ୍ନ ମହାଙ୍କୁଡ଼ ସୂଚନା ଦେଇଛନ୍ତି । ଗଞ୍ଜାମ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏଏସ୍ଆଇ ହୃଷିକେଶ ପଣ୍ଡା କହିଛନ୍ତି ।
Comments are closed, but trackbacks and pingbacks are open.