କଟକ: କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ନିଆଁ ଲାଗିବା ଯୋଗୁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
Comments are closed, but trackbacks and pingbacks are open.