କଟୁରି ଚୋଟରେ ବାପାଙ୍କୁ ହତ୍ୟା କଲା ପୁଅ

Get real time updates directly on you device, subscribe now.

ବାଲେଶ୍ୱର: ମଦ ନିଶା ଯେ ମଣିଷକୁ ପଶୁ ପ୍ରବୃତ୍ତିର ରାସ୍ତା ଦେଖାଏ, ତାହା ପୁଣି ପ୍ରମାଣିତ ହୋଇଛି । ପୁଅ କଟୁରି ଚୋଟରେ ବାପାଙ୍କ ଜୀବନ ନେଇଛି । ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତ ପାଇକପଡ଼ା ଗ୍ରାମରେ ଘଟିଛି । ମୃତକ ହେଲେ ଅନାମ ନାଇକି ଓରଫ ପେଟୁ (୭୦) । ଗ୍ରାମବାସୀ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ (୩୮)ର ହାତ ଗୋଡ଼ ବାନ୍ଧି ପୁଲିସ ଜିମା ଦେଇଛନ୍ତି ।
ଘଟଣାରୁ ପ୍ରକାଶ, ଗୋଟିଏ ଘରେ (ଇନ୍ଦିରା ଆବାସ) ବାପା ଅନାମ, ମା’ ରଙ୍ଗଲତା ଓ ପୁଅ ଶ୍ରୀକାନ୍ତ ରହି ଆସୁଥିଲେ । ସମସ୍ତେ ଶ୍ରମିକ କାର୍ଯ୍ୟ କରନ୍ତି । ଦୀର୍ଘ ଦିନ ପୂର୍ବରୁ ବଡ଼ ପୁଅର ମୃତୁ୍ୟ ହୋଇସାରିଛି । ଅଭିଯୁକ୍ତ ଶ୍ରୀକାନ୍ତ ପ୍ରାୟତଃ ମଦ ପିଇ ଆସି ଘରେ ପାଟିତୁଣ୍ଡ କରେ । ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଗତ ୧୭ ତାରିଖରେ ପ୍ରତ୍ୟେକ ଭତ୍ତା ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ଅନାମ ଓ ତାଙ୍କ ଭିନ୍ନକ୍ଷମ ପତ୍ନୀଙ୍କୁ ତିନି ମାସର ୩ହଜାର ଟଙ୍କା ମିଳିଥିଲା । ଏହି ଟଙ୍କାରୁ ଅଧା ଦାବି କରି ଶ୍ରୀକାନ୍ତ ବାପାଙ୍କ ସହ ଝଗଡ଼ା କରିଥିଲା । ଅନାମ ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ । ଫଳରେ ଶ୍ରୀକାନ୍ତ ଉତ୍କ୍ଷିପ୍ତ ହୋଇ ବାପା ଅନାମଙ୍କୁ ଏକ କରୁରିରେ ବେକ, ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ । ଏପରିକି ଠେଙ୍ଗାରେ ମଧ୍ୟ ନିସ୍ତୁକ ପିଟିଥିଲେ । ଶୁକ୍ରବାର ରାତ୍ରିରେ ଏହି ହତ୍ୟା ଘଟିଥିବା ଔପଦା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ଶନିବାର ଭୋର ଅଭିଯୁକ୍ତ ଶ୍ରୀକାନ୍ତକୁ ଗ୍ରାମବାସୀ କାବୁ କରିଥିଲେ । ତା’ ଗୋଡ଼ ହାତ ବାନ୍ଧି ପୁଲିସ ଜିମା ଦେଇଛନ୍ତି । ଔପଦା ଥାନା କେଶ ନଂ ୪୩/୨୧ ମୂଳେ ପୁଲିସ ତଦନ୍ତ ଜାରି ରଖିବା ସହିତ ଶ୍ରୀକାନ୍ତକୁ ଥାନାରେ ଅଟକ ରଖାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଛି । ଅପରପକ୍ଷେ ଗ୍ରାମବାସୀଙ୍କ କହିବାନୁଯାୟୀ, ପାଇକପଡ଼ା ଅଞ୍ଚଳରେ ବ୍ୟାପକ ଚୋର ଦେଶୀ ମଦ କାରବାର ଚାଲିଛି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରି । ନଚେତ୍ ଏଭଳି ଘଟଣା ପୁଣି ଏଠାରେ ଘଟିପାରେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons