କଣାସରେ ମାଛ ଧରାକୁ ନେଇ ବୋମାମାଡ଼

Get real time updates directly on you device, subscribe now.

କଣାସ: ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ ହୋଇଛି। ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ ଏଭଳି ଘଟଣା ଘଟିଛି । ଏଥିରେ ୨ଜଣ ଆହତ ହୋଇଛି। ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ ନଈକୂଳପାଟଣା ଗାଁ ଲୋକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପରିସ୍ଥିତି ଏପରି ଉପୁଜିଥିଲା ଯେ ଗଣ୍ଡଗୋଳରୁ ବୋମାମାଡ ଯାଏଁ କଥା ପହଞ୍ଚିଥିଲା। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନରେ ଭର୍ତ୍ତି କରିଛି। ସେପଟେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଗଡିଶାଗଦା ଥାନାଧିକାରୀ ଏବଂ ୨ ସେକ୍ସନ ପୁଲିସ ମୁତୟନ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons