କଣାସ, (ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା କଣାସରେ ୧୦ କରୋନା ପଜିଟିଭ । ଫଳରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୪ରେ ପହଞ୍ଚôଛି । ଗୁରୁବାର ରାତିରେ ଏ ସମ୍ପର୍କରେ ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୦ ଆକ୍ରାନ୍ତଙ୍କୁ ରାତି ପ୍ରାୟ ୨ଟାରେ ଭୁବନେଶ୍ୱର ସ୍ଥିତ ଏମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବାରୁ ଆଗକୁ ଏହି ସଂଖ୍ୟା ଅଧିକ ବଢ଼ିବା ନେଇ ଆଶଙ୍କା କରାଯାଉଛି । ୧୦ ଜଣଙ୍କ ମଧ୍ୟରୁ ଦୋଛିଅାଁ ପଞ୍ଚାୟତରୁ ୭, ଗଡ଼ଖାରଦ ପଞ୍ଚାୟତରୁ ୩ ଜଣ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ସୁଦ୍ଧା କଣାସ ବ୍ଲକ୍ର ୩୨ଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୬୪୨ ଜଣ ପ୍ରବାସୀ ରହିଛନ୍ତି ।
କଣାସ ବ୍ଲକ୍ରେ ପ୍ରାୟ ୭ ହଜାର ପ୍ରବାସୀ ଫେରିବାକୁ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ପାଇଁ ୬୪ଟି କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । ଦୋଛିଅାଁ ପଞ୍ଚାୟତରେ ୨ଟି ସେଣ୍ଟର ଥିବା ବେଳେ ଏବେ ସୁଦ୍ଧା ସେଠାରେ ୩୬ ଜଣ ପ୍ରବାସୀ ରହିଛନ୍ତି । ଦୋଛିଅାଁର ୮ଜଣ ଓ ଆଳିପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ୨୮ ଜଣ ରହିଛନ୍ତି । ଆଳିପଡ଼ା ସେଣ୍ଟରରେ ୭ ଜଣ ପଜିଟିଭ୍ ଥିବା ଜଣାପଡିଛି । ସେମାନେ ସମସ୍ତେ ଆଳିପଡ଼ା ଗ୍ରାମର ଓ ସୁରଟ ଫେରନ୍ତା । ସମସ୍ତେ ଗତ ୯ ତାରିଖରେ ସୁରଟରୁ ଫେରିଥିଲେ । ଆଳିପଡ଼ା ଗ୍ରାମ ଭିତରେ ବିଦ୍ୟାଳୟ ଥିବାରୁ ଏବଂ ସେଠାରେ କ୍ୱାରେଣ୍ଟାଇନ୍ ସେଣ୍ଟର ହୋଇଥିବାରୁ ପଜିଟିଭ କେସ୍ ଆସିବା ପରେ ଗାଁ ଲୋକେ ଉକ୍ତ ବିଦ୍ୟାଳୟରୁ ଏହାକୁ ହଟାଇବା ପାଇଁ ଦାବି କରିଛନ୍ତି । ସରପଞ୍ଚ କିରଣବାଳା ସାମନ୍ତରାୟ ମଧ୍ୟ ଅନୁରୂପ ଦାବି କରିଛନ୍ତି । ସେହିପରି ଗଡ଼ଖାରଦ ପଞ୍ଚାୟତର ୩ଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୮୩ ଜଣ ପ୍ରବାସୀ ରହିଛନ୍ତି । ଗଡ଼ଖାରଦ ବାତ୍ୟା ଆଶ୍ରୟସ୍ଥଳରେ ୪୮ ଜଣ କ୍ୱାରେଣ୍ଟାଇନରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ପଜିଟିଭ ଆସିଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ ମା’ଙ୍କ ଗାଁର ୨ ଜଣ ଓ ବାଦୁରାବର ଗାମର ଜଣେ । ସେମାନେ ସମସ୍ତେ ଗତ ୩ ତାରିଖରେ ସୁରଟରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୦ ରୁ ୪୦ ବର୍ଷ ମଧ୍ୟରେ । ସୁରଟ ଫେରନ୍ତାଙ୍କ ମଧ୍ୟରୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରିବାକୁ ସାମାଜିକ କର୍ମୀ ଡମ୍ବରୁଧର ସୁନ୍ଦରାୟ ଦାବି କରିଛନ୍ତି । ଦୋଛିଅାଁ ପଞ୍ଚାୟତ ନୋଡାଲ ଅଫିସର ଉମାଶଙ୍କର ଦଳେଇଙ୍କ ସୂଚନା ଅନୁସାରେ କରୋନା ପଜିଟିଭ୍ ଜଣା ପଡ଼ିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ କଣାସ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କରାଯାଇଛି । ସେହିପରି ତହସିଲଦାର ଉମାକାନ୍ତ ରାଉତ କହିଛନ୍ତି ଯେ, ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପାଇଥିବାରୁ ସେମାନେ ପରିସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନେଇପାରିବେ । ତେବେ ବହୁ ପ୍ରବାସୀଙ୍କ ସ୍ୱାବ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇନଥିବାରୁ ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୋଛିଅାଁ ସରପଞ୍ଚ କିରଣବାଳା ସାମନ୍ତରାୟ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ନିଜ ପଞ୍ଚାୟତରେ ୧୪୪ ଧାରା ଜାରି କରିଛନ୍ତି । ଇତିମଧ୍ୟରେ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି ।
Comments are closed, but trackbacks and pingbacks are open.