କନ୍ଧମାଳର ବିଭୂତି ପଟ୍ଟନାୟକ ଓପିଏସ୍ସି ସଦସ୍ୟ ନିଯୁକ୍ତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ କନ୍ଦମାଳର ସୁପୁତ୍ର ବିଭୁତି ଭୁଷଣ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍ସି) ସଦସ୍ୟ ନିଯୁକ୍ତ ହୋଇଛନ୍ତି । ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ଉତ୍ସାହ ପ୍ରକାଶ ପାଇଛି । ଏହି ମର୍ଯ୍ୟାଦାଜନକ ପଦବିରେ ନିଯୁକ୍ତି ପାଇବାରେ ପଟ୍ଟନାୟକ ଜିଲ୍ଲାର ଦ୍ୱିତୀୟ ବ୍ୟକ୍ତି । ଏଥିପୂର୍ବରୁ ଦିବାକର କହଁର କନ୍ଧମାଳ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଏହି ପଦବିରେ ନିଯୁକ୍ତି ପାଇଥିଲେ ।
ଫୁଲବାଣୀ ସହରରେ ୧୯୬୦ ମସିହା ଜୁଲାଇ ୩୦ରେ ଜନ୍ମ ଗ୍ରହଣ କରିଥିଲେ ବିଭୂତି ପଟ୍ଟନାୟକ । ଏଜେଓ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ପଢିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଏସ୍ସି ଅନର୍ସରେ ଫାଷ୍ଟକ୍ଲାସ ଫାଷ୍ଟ ହୋଇଥିଲେ । ଏହାପରେ ସେ ଉ+ଳ ବିଶ୍ୱବିଦ୍ୟାଳୟରୁ ବୋଟନିରେ ସ୍ନାତକତ୍ତୋରରେ ସ୍ୱର୍ଣ୍ଣପଦକ ପାଇଥିଲେ । ୧୯୮୮ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ବିଭିନ୍ନ ବ୍ଲକରେ ବିଡିଓ, କେଉଁଝରର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୨୦୦୬ରେ ଭାରତୀୟ ପ୍ରଶାସନିକ ସେବା ପଦବିକୁ ଉତ୍ତୀର୍ଣ୍ଣ ହୋଇ ମଙ୍ଗଳ ବିଭାଗର ନିଦେ୍ର୍ଧଶକ, ଝାରସୁଗୁଡ଼ା ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଓ ଶେଷରେ ରେଜିଷ୍ଟ୍ରାର ଅଫ କୋପରେଟିଭ୍ ସୋସାଇଟି ଭାବେ କାର୍ଯ୍ୟ କରି ୨୦୨୦ ଜୁଲାଇ ୩୧ରେ ଅବସର ଗ୍ରହଣ କରିଛନ୍ତି ।
ସେ ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ଥିବା ସମୟରେ ବନହରପାଲିରେ ଦୁଇଟି ୟୁନିଟ୍ ଆଶପଣ୍ଡ ନିର୍ମାଣ, ହୀରାକୁଦ ଜଳଭଣ୍ଡାରରୁ ଏଲଟିପିସିକୁ ୪୦ କିମି ଭୂତଳ ପାଇପ ଜଳ ପ୍ରକଳ୍ପ, ଝାରସୁଗୁଡ଼ା ବିମାନ ବନ୍ଦର ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରେÂ ପ୍ରଶାସକ ଭାବେ ମଧ୍ୟ ପୁୁରସ୍କୃତ ହୋଇଥିଲେ । କୋପରେଟିଭ୍ ସୋସାଇଟିରେ ରେଜଷ୍ଟ୍ରାର ଥିବା ସମୟରେ ପାr ଗୁଡିକୁ କମ୍ପୁ୍ୟଟରକରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons