କମିଶନରେଟ ପୋଲିସକୁ ଡେଇଁଲା କରୋନା, ଜଣେ ପଜିଟିଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲା କମିଶନରେଟ ପୋଲିସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସଂପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଷ୍ଟେଟ୍ ହୋଇଥିଲା । ସଂପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା । ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି । ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି । ଏଯାବତ୍ ୯୭୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଘଟଣା ପରେ ଅନ୍ୟ ସବୁ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ନିଘା ରଖାଯାଇଛି । ଟୁଇନ୍ ସିଟିର ସମସ୍ତ ୪ ପୋଲିସ ହସ୍ପିଟାଲ ଡାକ୍ତର ନିଘା ରଖିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତୁ୍ୟ ଘଟିଥିବା ।ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୬୯୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons