ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲାରେ ସୋମବାର ମହାମାରୀ କରୋନାରେ ଦ୍ୱିତୀୟ ମୃତୁ୍ୟ ହୋଇଛି । ମୃତକ ଜଣେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ତଥା ପୁଲିସ୍ ସବ୍ଇନିସ୍ପେକ୍ଟର । ମୃତକ ଢେଙ୍କାନାଳ ରିଜର୍ଭ ପୁଲିସ୍ର ଡ୍ରିଲ୍ ସବ୍ଇନିସ୍ପେକ୍ଟର ପ୍ରାଣବନ୍ଧୁ ସେଠୀ (୫୮) । ଜିଲ୍ଲାରେ କରୋନାରେ ଜଣେ ପୁଲିସ୍ଙ୍କ ମୃତୁ୍ୟ ପ୍ରଥମ ଘଟଣା । ଏହି ଖବର ପ୍ରଚାରିତ ହେବା କ୍ଷଣି ପୁଲିସ୍ ମହଲରେ ଶୋକର ଛାୟା ଖେଳିଯାଇଛି । ବରିÂ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଢେଙ୍କାନାଳ ଡାକ୍ତରଖାନାରେ ପହଞ୍ଚି ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଛନ୍ତି । ସରକାରୀ କୋଭିଡ୍ ନିୟମ ଅନୁସାରେ ତାଙ୍କ ମୃତଦେହକୁ ପୌରସଂସ୍ଥା ପକ୍ଷରୁ ସକ୍ରାର କରାଯାଇଛି ।
ଢେଙ୍କାନାଳ ରିଜର୍ଭ ପୁଲିସ୍ରେ ଡ୍ରିଲ୍ ସବ୍ଇନ୍ସପେକ୍ଟର ଭାବେ ପ୍ରାଣବନ୍ଧୁ ସେଠୀ କାର୍ଯ୍ୟ କରନ୍ତି । ତାଙ୍କ ଦେହରେ ଜ୍ୱର, ଥଣ୍ଡା ଆଦି ଲକ୍ଷଣ ଦେଖାଦେବାରୁ ସେ ଗତ ୯ ତାରିଖରେ ସ୍ୱାବ୍ ପରୀକ୍ଷା କରାଇଥିଲେ । ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ରବିବାର କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଥିଲେ । ମାତ୍ର ସୋମବାର ସକାଳେ ଘର ଲୋକ ତାଙ୍କୁ ଡାକିବାରୁ ସେ ଉଠିନଥିଲେ । ତାଙ୍କୁ ତୁରନ୍ତ ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପୁନଶ୍ଚ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ଢେଙ୍କାନାଳ ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ଅପରାହ୍ନ ୩ଟାରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍ପି ଅନୁପମା ଜେମ୍ସ, ଅତିରିକ୍ତ ଏସ୍ପି ବିନୟକୃଷ୍ଣ କାମିଲା, ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ରିଜର୍ଭ ଇନିସ୍ପେକ୍ଟର କବିରଂଜନ ସେଠୀ, ଟାଉନ୍ ଥାନା ଅଧିକାରୀ ନମିତା ନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଗାର୍ଡ ଅଫ୍ ଅନର୍ର ପ୍ରଦାନ କରିଥିଲେ । ପରେ ସରକାରୀ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପୌରସଂସ୍ଥାର କର୍ମଚାରୀମାନେ ମୃତଦେହକୁ ସକ୍ରାର କରିଥିଲେ । ସେ ଗତ ଏକବର୍ଷ ହେବ ରିଜର୍ଭ ପୁଲିସ୍ରେ ଡ୍ରିଲ୍ ସବ୍ଇନିସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଏ ନେଇ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ମୃତକଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିବା ନେଇ ଆମେ ସିଡିଏମ୍ଓଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖକୁ ରିପୋର୍ଟ ପଠାଇ ଦେଇଛୁ । ସେ କରୋନା ପଜିଟିଭ୍ ଥିଲେ । ତାଙ୍କର ମୃତୁ୍ୟ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘୋଷଣା ଉପରେ ନିର୍ଭର କରେ । ସେ ଯେହେତୁ ଜଣେ ପୁଲିସ୍ ସବ୍ଇନ୍ସ୍ପେକ୍ଟର ଓ କରୋନା ପଜିଟିଭ୍ ଥିଲେ ଆମେ ବିଧିବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରିଛୁ । ଆମ ତରଫରୁ ସେ ସଂପର୍କରେ ସବିଶେଷ ସୂଚନା ଦେଇହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ସୂଚନା ଥାଉ କି, ଗତ ଅଗଷ୍ଟ ୭ ତାରିଖରେ ଭୁବନ ଅଞ୍ଚଳର ଜଣେ ୬୧ ବର୍ଷ ପୁରୁଷ ବ୍ୟକ୍ତିଙ୍କ କରୋନାରେ ମୃତୁ୍ୟ ଘଟିଥିଲା । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଏହାକୁ ପ୍ରଥମ କରୋନା ଜନିତ ମୃତୁ୍ୟ ବୋଲି ଘୋଷଣା କରାଯାଇଥିଲା ।


Comments are closed, but trackbacks and pingbacks are open.