କରୋନାରେ ଯୁବକଙ୍କ ମୃତୁ୍ୟ

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଯାଉଛି । ଏଠାରେ ଏଯାଏଁ ୭୦ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବୁଧବାର ଜଣଙ୍କର ପ୍ରାଣହାନି ଘଟିଛି । ମୃତକ ହେଉଛନ୍ତି ସ୍ଥାନୀୟ ବରି ପଞ୍ଚାୟତ ଅଞ୍ଚଳର ବାଇଧର ପ୍ରଧାନଙ୍କ ପୁଅ ରମେଶ(୪୩) । ଏଥିସହିତ ସିମୁଳିଆରେ କୋଭିଡ୍ ମୃତୁ୍ୟସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ କରୋନାରେ ସିମୁଳିଆ ବିଡିଓ ଡ ନରହରି ବେହେରାଙ୍କର ମୃତୁ୍ୟ ଘଟିଥିଲା । ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ରମେଶ ମହାରାଷ୍ଟ୍ରରୁ ଫେରିଥିଲେ । ଘରେ ପହଞ୍ଚିବା ପରେ ସିମୁଳିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ସ୍ୱାବ୍ ପରୀକ୍ଷା କରାଇଥିଲେ । ଗତକାଲି ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସଙ୍ଗରୋଧରେ ରହିଥିଲେ । ଆଜି ସକାଳେ ତାଙ୍କର ମୃତୁ୍ୟ ଘଟିଥିଲା । ଖବରପାଇ ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱଜିତ୍ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ବ୍ଲକ୍ ପ୍ରଶାସନ ଓ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ମାତ୍ର କେହି ନ ଆସିବାରୁ ପରିବାରର ୪ ଭାଇ ମରଶରୀରକୁ ଗ୍ରାମଠାରୁ କିଛି ଦୂର ନେଇ ପୋଡ଼ି ଦେଇଥିଲେ । ଏହି ଘଟଣା ପରେ ସିମୁଳିଆରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଏବେ ସୁଦ୍ଧା ସିମୁଳିଆ ବ୍ଲକ୍ରେ ୭୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତୁ୍ୟ ଘଟିଛି । ସିମୁଳିଆ ବ୍ଲକ୍ରେ ଦିନକୁଦିନ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons