ଭଞ୍ଜନଗର, (ବି.ବି.ନୁ୍ୟଜ୍): କରୋନା ନେଇଛି ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ । ମୃତକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନ । ୪ମାସ ଧରି ପ୍ରବାସୀ ଓଡ଼ିଆ ଏବଂ କରୋନା ଆକ୍ରାନ୍ତଙ୍କ ସେବାରେ ନିୟୋଜିତ ଥିଲେ ସରପଞ୍ଚ ମନୋଜ । ଗତ କିଛିଦିନ ହେବ ସେ ଜ୍ୱରରେ ପୀଡିତ ଥିଲେ । ଗୁରୁବାର ରାତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷିତ କରିଛନ୍ତି । ରାତିରେ ଆଣ୍ଟିଜେନ୍ ଟେଷ୍ଟ କରାଯିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ।
ଭଞ୍ଜନଗର ମେଡିକାଲ ପରିସରରେ ଏଡିଏମ୍ ବିଶାଲ ସିଂ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବେଲଗୁଣ୍ଠା ବିଡିଓ ଶଶୀଭୂଷଣ ମହାପାତ୍ର, ବେଲଗୁଣ୍ଠା ତହସିଲଦାର ସରୋଜ ବେହେରା, ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ ସାହୁ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶଚନ୍ଦ୍ର ସାହୁ, ମେଡିକାଲ ସୁପରିଟଣ୍ଡେଣ୍ଟ୍ ଡାକ୍ତର ସିତାଂଶୁ ଶେଖର ଶତପଥୀ ପ୍ରମୁଖ ଉପସ୍ଥôତ ଥିଲେ । ସରପଞ୍ଚଙ୍କ ଶବଧାରରେ ପୁଷ୍ପଗୁଛ, ଜାତୀୟ ପତାକା ଅର୍ପଣ କରିବାସହ ଶେଷ ସମ୍ମାନ ପ୍ରଦାନ କରିଛନ୍ତି । ଧୁମୁଛାଇରେ ପରିଚାଳିତ କୋଭିଡ କେୟାର୍ ହୋମ ଦାୟିତ୍ୱ ନେଇ ନିଜେ ସେଠାରେ କ୍ୟାମ୍ପ ପକାଇ କରୋନା ରୋଗୀଙ୍କୁ ସାହାସ ଦେଉଥିଲେ । ସେ ଜଣେ ସଚ୍ଚୋଟ, କର୍ମନିÂ ସେବକଭାବେ କର୍ତ୍ତବ୍ୟ ସଂପାଦନରେ ତିଳେମାତ୍ର ଅବହେଳା କରିନଥିଲେ ।
ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଆମେ ମର୍ମାହତ ବୋଲି ଏଡିଏମ ବିଶାଲ ସିଂ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ସେହିପରି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଧୁମୁଛାଇ ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି । ଧୁୁମୁଛାଇ ପଞ୍ଚାୟତ ଜଣେ ସମାଜସେବୀଙ୍କୁ ହରାଇଥିବା ବେଲଗୁଣ୍ଠା ବିଡିଓ ଶଶୀଭୂଷଣ ମହାପାତ୍ର ଶୋକବାର୍ତ୍ତା ଦେଇଛନ୍ତି । ଅନ୍ୟପକ୍ଷରେ ଏଭଳି ଜଣେ ନିÂାପର, ଦାୟିତ୍ୱବାନ ସାଥୀଙ୍କୁ ହରାଇ ଧୁମୁଛାଇ ପଞ୍ଚାୟତବାସୀ ବିଶେଷ ମର୍ମାହତ ବୋଲି ବେଲଗୁଣ୍ଠା ବ୍ଲକ ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ ପ୍ରତିକ୍ରିୟା ରଖିଛନ୍ତି । ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଦିବଙ୍ଗତ ସରପଞ୍ଚ ମନୋଜଙ୍କ ପରିବାରରେ ପତ୍ନୀଙ୍କ ସମେତ ୨ଝିଅ ଓ ଏକମାତ୍ର ପୁଅ ଅଛନ୍ତି । ସରକାରଙ୍କ ପକ୍ଷରୁ ଘୋଷିତ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଅନୁକମପା ସହାୟତା ରାଶି ତୁରନ୍ତ ମନୋଜଙ୍କ ପରିବାରଙ୍କୁ ପ୍ରଦାନ କରିବାକୁ ଧୁମୁଛାଇ ପଞ୍ଚାୟତବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.