କରୋନା ଆକ୍ରାନ୍ତ ଯବାନଙ୍କ ପରିବାରକୁ ଘରୁ ତଡ଼ିଦେଲେ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସୀମାନ୍ତରେ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବିଏସ୍ଏଫ୍ ଯବାନଙ୍କ ପରିବାର ସଦସ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି । ଦିଲୀ ଫେରନ୍ତା ଜଣେ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଘର ମାଲିକ ଭଡ଼ାଘରୁ ତଡ଼ି ଦେଇଥିବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଲକ୍ଡାଉନ୍ ଭିତରେ ଭଡ଼ା ଘରୁ ବିଦା ହେବା ପରେ ଦୁଇ ପିଲାଙ୍କୁ ଧରି ମହିଳା ବଡ଼ ହୀନସ୍ତା ଭୋଗିଛନ୍ତି । ତାଙ୍କ ଅନୁରୋଧ ରକ୍ଷା କରି ମହିଳା ଓ ଦୁଇ ପିଲାଙ୍କୁ ସହରସ୍ଥିତ ମହାବୀର ଗେଷ୍ଟ୍ ହାଉସ୍ର ମାଲିକ ନିଜ ଗେଷ୍ଟ୍ ହାଉସ୍ରେ ଆଶ୍ରୟ ଦେଇଥିଲେ । ଏ ଖବର ପୌର ପ୍ରଶାସନ କାନରେ ପଡ଼ିବା ପରେ ଆଜି ରାତିରେ ମହାବୀର ଗେଷ୍ଟ୍ ହାଉସ୍କୁ ସିଲ୍ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ବିମଳ ଲେଙ୍କା କହିଛନ୍ତି । ପରିବାରକୁ ଗେଷ୍ଟ୍ ହାଉସ୍ରେ ଆଶ୍ରୟ ଦେଇଥିବା ଗେଷ୍ଟହାଉସ୍ ମାଲିକ ବି ଏ ମାମଲାରେ ଫସି ଯାଇଛନ୍ତି । କୋଭିଡ଼୍-୧୯ ଆକ୍ଟକୁ ଭଙ୍ଗ କରିଥିବାରୁ ଉଭୟ ଗେଷ୍ଟ୍ ହାଉସ୍ର ମାଲିକ ଓ ଭଡ଼ା ଘରୁ ତଡ଼ି ଦେଇଥିବା ମାଲିକଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦିଆଯିବ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀ ଲେଙ୍କା ସ୍ପଷ୍ଟ କରିଛନ୍ତି ।
ନିକଟରେ ଦିଲ୍ଲୀରୁ ସ୍ଥାନୀୟ ପୁରୋହିତପୁରସ୍ଥିତ ଭଡ଼ା ଘରକୁ ଫେରିଥିଲେ ଜଣେ ବିଏସ୍ଏଫ୍ ଯବାନ୍ । ଏକ କାର୍ରେ ସେ ଭୁବନେଶ୍ୱରରୁ ଏଠାରେ ପହଞ୍ଚି ଗୋଟିଏ ରାତି ପରିବାର ସହ ଉକ୍ତ ଭଡ଼ା ଘରେ ରହିଥିଲେ । ତେବେ ତା’ ପରଦିନ ନିଜ ଆଡ଼ୁ ସଂପୃକ୍ତ ଯବାନ୍ ପୁନଙ୍ଗ କଲେଜ ଯାଇ ସ୍ୱାବ୍ ଦେଇଥିଲେ । ସ୍ୱାବ୍ ଦେବା ପରେ ସ୍ଥାନୀୟ ଏସ୍ଭିଏମ୍ କଲେଜସ୍ଥିତ ଟିଏମ୍ସିରେ ରହୁଥିଲେ । ମାତ୍ର ଗତକାଲି ତାଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ଖବର ବିଜୁଳି ବେଗରେ ଖେଳିଯିବା ପରେ ସହରରେ ଆଲୋଡ଼ନ ପ୍ରକାଶ ପାଇଥିଲା । ପୌର ପ୍ରଶାସନ ମଧ୍ୟ ପୁରୋହିତପୁରସ୍ଥିତ ଉକ୍ତ ଭଡ଼ା ଘର ଆଗରେ ଲଟ୍କା ଝୁଲାଇଥିଲେ ଏବଂ ଯବାନ୍ଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଘର ଭିତରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ହେଲେ ଆଜି ଘର ଭଡ଼ା ଦେଇଥିବା ମାଲିକ ଯବାନଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ତଡ଼ି ଦେଇଥିଲେ । ବଡ଼ ଦୟନୀୟ ପରିସ୍ଥିତି ଭିତରେ ନିଜ ସ୍କୁଟିରେ ଦୁଇ ପିଲାଙ୍କୁ ଧରି ସଂପୃକ୍ତ ମହିଳା ମହାବୀର ଗେଷ୍ଟ୍ ହାଉସ୍ରେ ପହଞ୍ଚିଥିଲେ । ମହିଳାଙ୍କ ଅନୁରୋଧକୁ ଭାଙ୍ଗି ନପାରି ଗେଷ୍ଟ ହାଉସ୍ ମାଲିକ ଯବାନ୍ଙ୍କ ପରିବାରକୁ ଆଶ୍ରୟ ଦେଇଥିଲେ । କିନ୍ତୁ କଥାଟା ପ୍ରଥମେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ କାନକୁ ଚାଲି ଯାଇଥିଲା । ସେତେବେଳ ପର୍ଯ୍ୟନ୍ତ ପୌର କର୍ତ୍ତୃପକ୍ଷଙ୍କ ଗୋଚରକୁ ଏହା ଆସିନଥିଲା । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଗେଷ୍ଟ୍ ହାଉସ୍ରେ ଯବାନ୍ଙ୍କ ପରିବାରଙ୍କୁ ରଖାଯାଇ ସିଲ୍ କରାଯାଇଛି ଏବଂ ଘର ଭଡ଼ା ଦେଇଥିବା ପୁରୋହିତପୁରର ସଂପୃକ୍ତ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ପୌର କର୍ତ୍ତୃପକ୍ଷ ଥାନାକୁ ଚିଠି ଲେଖୁଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons