କରୋନା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ସହରର ବିଭିନ୍ନ କରୋନା ଟିକାକରଣ କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି । କିଛିଦିନ ତଳେ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିÂ ନାଗରିକମାନେ ମୋବାଇଲରେ ଓଟିପି ନପାଇ ଫେରିଯାଇଥିଲେ । ଅନୁରୂପ ଭାବେ ମଙ୍ଗଳବାର ମଧ୍ୟ ସେହିପରି ଅବସ୍ଥା ଭୋଗିଛନ୍ତି ବରିÂ ନାଗରିକ ।
ସ୍ଥାନୀୟ ଅଶୋକ ମଣ୍ଡପଠାରେ ଟିକାକରଣ ସକାଳ ୯ଟାରୁ କରାଯିବା ଲାଗି ଘୋଷଣା କରାଯାଇଥିଲା । ହେଲେ ଟିକାକରଣ କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା । କେବଳ ଜଣେ ନର୍ସ ଉପସ୍ଥିତ ଥିଲେ । ପଞ୍ଜୀକରଣ କରିବା କର୍ମଚାରୀମାନେ ଆସିନଥିଲେ । ଯାହାଫଳରେ ବହୁ ବରିÂ ନାଗରିକଙ୍କ ସମେତ ୪ ଜଣ ବିଏସ୍ଏଫ୍ ଯବାନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ୧୧ଟା ସମୟରେ ଟିକାକରଣ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ଟିକାକରଣ କେନ୍ଦ୍ର ପରିସରରେ ଯେଉଁ ନିରୀକ୍ଷଣ କକ୍ଷ ରହିଛି, ସେଠାରେ ଗୋଟିଏ ହେଲେ ଶଯ୍ୟାର ବ୍ୟବସ୍ଥା କରାଯାଇନାହିଁ । ଶଯ୍ୟାଗୁଡ଼ିକ ଅଶୋକ ମଣ୍ଡପର କୋଠରୀ ଭିତରେ ରଖାଯାଇଛି । ଫଳରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେବା ସମ୍ଭାବନା ଥିବାରୁ ବରିÂ ନାଗରିକମାନେ ଟିକା ନେବାପରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଏହାକୁ ଟିକାକରଣ ପାଇଁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କେତେକ ସଚେତନ ନାଗରିକ ଏ ସମ୍ପର୍କରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତୁରନ୍ତ ଶଯ୍ୟାର ବ୍ୟବସ୍ଥାରେ କରାଯାଇଥିଲା । ନିରୀକ୍ଷଣ କକ୍ଷରେ ଶଯ୍ୟା ପକାଯିବା ସହ ଯେଉଁ କର୍ମଚାରୀମାନେ ବିଳମ୍ବ କରିଥିଲେ, ସେମାନଙ୍କୁ ତାଗିଦ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଯୋଗୁ ଜିଲ୍ଲାରେ ଟିକାକରଣ ନିରୁତ୍ସାହଜନକ ରହିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ବିରକ୍ତି ପ୍ରକାଶ କରି ବହୁ ବରିÂ ନାଗରିକ ଟିକା ନେବା ଲାଗି କେନ୍ଦ୍ରକୁ ଆସୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆଗାମୀ ଦିନରେ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons