କରୋନା ମୃତକଙ୍କ ତଥ୍ୟ ଲୁଚାଉଛନ୍ତି ସରକାର: ସାଂସଦ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ରାଜ୍ୟ ସରକାର କରୋନା ମୃତକଙ୍କ ତଥ୍ୟ ଲୁଚାଉଛନ୍ତି । ଜିଲ୍ଲାରେ ମହାମାରୀ ବ୍ୟାପିବାରେ ଲାଗିଛି । କୋରାପୁଟ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା କେତେ ରହିିଛି ଏହାର ତଥ୍ୟ ଦିଆଯାଉନାହିଁ । ୱେବ୍ ସାଇଡ୍ରେ ମୃତକଙ୍କ ରିପୋର୍ଟ ଦର୍ଶାଯାଉ ନାହିଁ । ତେଣୁ ମୃତକଙ୍କ ଅଡିଟ କରାଯାଉ । ଆଜି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା ।
ସେ କହିଛନ୍ତି ଯେ, କରୋନା ମୃତକଙ୍କ ସଂଖ୍ୟା ଜିରୋଠାରୁ ଅଧିକ ରହିଛି । କରୋନା ରୋଗୀଙ୍କ ପାଇଁ ଏୟାର ଆମ୍ବୁଲାନ୍ସ ସୁବିଧା ଦିଆଯାଉ । ଓଡ଼ିଶା କୋଭିଡ଼ ରୋଗୀଙ୍କୁ ବିଶାଖାପାଟଣାରେ ଚିକିତ୍ସା ପାଇଁ ବାରଣ କରାଯାଉଛି । ରାଜ୍ୟ ସରକାର ବିଶାଖାପାଟଣାରେ ଚିକିତ୍ସା ପାଇଁ ଗୋଟିଏ ହସ୍ପିଟାଲ ସହିତ ଯୋଗାଯୋଗ କରନ୍ତୁ । କରୋନାରେ ମୃତୁ୍ୟଘଟିଥିବା ବ୍ୟକ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଦେବା ପାଇଁ ସାଂସଦ ଦାବି କରିଥିଲେ । ଏହା ବ୍ୟତୀତ ତାଙ୍କ ସାଂସଦ ପାଣ୍ଠିରୁ କୋଭିଡ଼ ପରିଚାଳନା ପାଇଁ ଦିଆଯାଇଥିବା ୫୦ଲକ୍ଷ ଟଙ୍କାରୁ ଆଜିସୁଦ୍ଧା ମାତ୍ର ୧୮ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବଳକା ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି । ଆଗାମୀ ୧୫ ଦିନ ମଧ୍ୟରେ ବ୍ୟୟ ନହଲେ ବଳକା ଅର୍ଥ ଫେରାଇ ନିଆଯାଇ ଅନ୍ୟ ପ୍ରକଳ୍ପରେ ବ୍ୟୟ କରିବେ ବୋଲି ସାଂସଦ ଚେତାବନୀ ଦେଇଛନ୍ତି । ସାମ୍ବିଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିମାଇଁ ସରକାର, ରୂପକ ତୁରୁକ୍, ମନୋଜ ଆଚାର୍ଯ୍ୟ, ଭଗବାନ ବାହିନୀପତି, କୃଷ୍ଣ କୁଳଦୀପ୍, ରମେଶ ବାଖିଆ, ରମେଶ ଖରା, ପ୍ରମୋଦ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons