କରୋନା ସହ ଲଢ଼ି ହାରିଗଲେ କଣ୍ଠଶିଳ୍ପୀ ସୁଧାଂଶୁ ବଳ

Get real time updates directly on you device, subscribe now.

ରାଇରଙ୍ଗପୁର : କରୋନାରେ ଚାଲିଗଲେ ବିଶିଷ୍ଟ ଝୁମର କଣ୍ଠଶିଳ୍ପୀ ସୁଧାଂଶୁ ବଳ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ୮ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ହାରିଗଲେ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ସକାଳ ୧୦ଟା ୨୦ରେ ପ୍ରାଣ ହରାଇଛନ୍ତି ସୁଧାଂଶୁ ବଳ ।
ସ୍ବର୍ଗତ ସୁଧାଂଶୁ ବଳ ଜଣେ କଣ୍ଠଶିଳ୍ପୀ ସହ ଶିକ୍ଷକ ମଧ୍ୟ ଥିଲେ । ତାଙ୍କର ନମ୍ର, ଶାନ୍ତ ସ୍ଵଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିବା ସହିତ ଝୁମର ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ସୁଧାଂଶୁ ବଳଙ୍କ ୮ବର୍ଷର ଏକମାତ୍ର ଝିଅ ଓ ସ୍ତ୍ରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons