କର୍ମଚାରୀଙ୍କ ଲାଗି ୧୦ ପ୍ରତିଶତ ମହଙ୍ଗାଭତ୍ତା ବଢାଇଲେ ରାଜ୍ୟ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ପିଛିଲା ଭାବେ ଗତ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ। ଏ ନେଇ ସରକାରଙ୍କ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁସାରେ କର୍ମଚାରୀଙ୍କ ବେତନରେ ୧୦ ପ୍ରତିଶତ ବୃଦ୍ଧି ସହ ମହଙ୍ଗା ଭତ୍ତା, ବେସିକ୍ ପେ ଓ ଗ୍ରେଡ ପେ ୧୫୪ ପ୍ରତିଶତରୁ ୧୬୪ ପ୍ରତିଶତକୁ ବୃଦ୍ଧି ହୋଇଛି। ସରକାରଙ୍କ ମହଙ୍ଗାଭତ୍ତା ବୃଦ୍ଧି ନିଷ୍ପତ୍ତିର ଫାଇଦା ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ (ଯେଉଁମାନେ କି ଓଆରଏସପି ଅଧିନିୟମ, ୨୦୦୮ ଅନୁସାରେ ଦରମା ପାଉଛନ୍ତି)ଙ୍କୁ ମିଳିବ।
ଏହି ଅତିରିକ୍ତ ମହଙ୍ଗାଭତ୍ତା ନଗଦ ଆକାରରେ ଦିଆଯିବ ଓ ସରକାରୀ କର୍ମଚାରୀମାନେ ଚଳିତମାସ ଦରମାରେ ତାହା ଉଠାଇପାରିବେ। ଜୁଲାଇ ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ଥିବା ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତା ମେ ମାସର ଦରମା ପରେ ମିଳିବ ବୋଲି ସରାକରୀ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ବର୍ଷ ପର୍ୟ୍ୟନ୍ତ ମହଙ୍ଗା ଭତ୍ତାକୁ ସ୍ଥଗିତ ରଖିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons