କଲେଜ ୟୁନିଫର୍ମରେ ଆସି ଲୁଟିଲେ ୪୦ ଲକ୍ଷ ଟଙ୍କା

Get real time updates directly on you device, subscribe now.

ବାଲେଶ୍ୱର : ରାଜ୍ୟରେ ଦିନକୁ ଦିନ ଲୁଟପାଟ୍ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରୁ ଡକାୟତି ହୋଇଥିବା ଖବର ସାମ୍ନାକୁ ଆସିଛି । ୬ଜଣ ଡକାୟତ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ, ଡକାୟତମାନେ କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରେ ପହଁଚିଥିଲେ । ସେଠାରେ କର୍ମଚାରୀଙ୍କୁ ଡରାଇ ଧମକାଇ ନିଜ ଯୋଜନାରେ ସଫଳ ହେବା ପରେ ଡକାୟତମାନେ ବାହାରୁ ତାଲା ପକାଇ ସେଠାରୁ ଫେରାର ହୋଇଯାଇଥିଲେ । ସେମାନେ ଯିବାପରେ ବ୍ୟାଙ୍କ ଭିତରୁ ୪ଟି ଅଫୁଟା ବୋମା ଠାବ କରାଯାଇଥିଲା । ତେବେ ଏପରି ଲୁଟ କରିବା ପଛରେ ବଡ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons