କଳାହାଣ୍ଡି: ରାଜ୍ୟରେ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ଦୁଇ ବାଇକଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିିଳିଛି । ବାଇକକୁ ପିଟିଦେଲା ଟ୍ରକ୍ ପିଟି ଦେଉଥିବାରୁ ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲା ପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି । ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡା ଅନିରୁଦ୍ଧ ମେହେର ବାଇକ୍ରେ ଯାଉଥିଲେ। ତୁର୍କେଲ ବ୍ରିଜ ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ମଦନ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଅନିରୁଦ୍ଧ ମେହେରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ରାସ୍ତାରେ ବଡ଼ବଡ଼ ଖାଲ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ ରାସ୍ତା ମରାମତି କରିବା ଦାବିରେ ଉତ୍ତ୍ୟକ୍ତ ଲୋକେ ଭବାନୀପାଟଣା-ଖଡ଼ିଆଳ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବ୍ୟାଘାତ ଘଟିଥିଲା। କର୍ଲାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭର ଓ ହେଲ୍ପରଙ୍କୁ ଅଟକ ରଖି ପଚରାଉଚରା କରୁଛି।
Comments are closed, but trackbacks and pingbacks are open.