
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ବତାସନ ପଞ୍ଚାୟତ ଶୀତଳିଗୁଡ଼ା ଗାଁ ଘୋଟର୍ଲା ମୌଜାରେ ଥିବା କାଜୁ ଜଙ୍ଗଲ ନିଲାମ ପ୍ରକ୍ରିୟାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏହାକୁ ନିଲାମ ନକରିବାକୁ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ସେମାନଙ୍କ ଗାଁରେ ୧୩୦ ପରିବାର ରହୁଛନ୍ତି । ଗାଁ ନିକଟ ସରକାରୀ ଜମିରେ କାଜୁ ଜଙ୍ଗଲ ସୃଷ୍ଟି କରାଯାଇଛି । କାଜୁ ଜଙ୍ଗଲ ଗାଁ ନିକଟ ଅନାବାଦି ଜମିରେ କରାଯାଇ ସେମାନେ ବହୁଦିନରୁ ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି । ଏଥିରୁ ଉତ୍ପାଦିତ କାଜୁ ବିକ୍ରି କରାଯାଇ ଗାଁର ଜାନିଯାତ୍ରାରେ ବ୍ୟୟ କରାଯାଉଛି । ଏଥିସହିତ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଏହାକୁ ଗ୍ରାମବାସୀ ପରିଚାଳନା କରିଆସୁଛନ୍ତି । କିନ୍ତୁ ଏହି ବଗିଚାକୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯିବାକୁ ଘୋଷଣା କରାଯାଇଛି । ଏଭଳି ହେଲେ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ଗ୍ରାମବାସୀ ଆର୍ଥିକ କ୍ଷତି ସହିବା ସହ ସେମାନଙ୍କ ସମସ୍ୟା ବଢିବ । ତେଣୁ କାଜୁ ବଗିଚା ନିଲାମ ଡ଼କା ନଯାଇ ଗୋÂୀ ପରିଚାଳନାରେ ଫାଇନ୍ ପକାଯାଇ ଗ୍ରାମବାସୀଙ୍କୁ ପ୍ରଦାନ କରାଯିବାକୁ ଗାଁର ଅର୍ଜୁନ ପୂଜାରୀ, କେଶବ ଶିରା, ବେଲାବତୀ ପୂଜାରୀ, ଗୋମତୀ ଶିରା ପ୍ରମୁଖଙ୍କ ସହିତ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ।
Comments are closed, but trackbacks and pingbacks are open.