କାଠଫାଳିଆରେ ନିର୍ବାହୀଯନ୍ତ୍ରୀଙ୍କୁ ମାଡ଼

Get real time updates directly on you device, subscribe now.

ହାଟଡିହି,(ବି.ବି.ନୁ୍ୟଜ): ବକେୟା ବିଦୁ୍ୟତ୍ ଶୁଳ୍କ ଆଦାୟ କରିବା ପାଇଁ ଯାଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ର ବିଦୁ୍ୟତ୍ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଆହତ ନିର୍ବାହୀଯନ୍ତ୍ରୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବିଦୁ୍ୟତ୍ ବିଭାଗର ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, କନିÂଯନ୍ତ୍ରୀ ମାନସ ମହାନ୍ତି ଅନ୍ୟ କିଛି କର୍ମଚାରୀ ମାନଙ୍କୁ ଧରି ଅଣା ଛକ କେନାଲ ନିକଟରେ ରହୁଥିବା ବାସନ୍ତୀ ମହାପାତ୍ର ନାମକ ଜଣେ ଗ୍ରାହକଙ୍କ ଘରକୁ ବକେୟା ବିଦୁ୍ୟତ ଶୁଳ୍କ ଆଦାୟ କରିବା ପାଇଁ ଯାଇଥିଲେ । ତାଙ୍କର ୭୩ହଜାର ବାକି ଥିବାରୁ ସେମାନେ ତାଙ୍କୁ ୫୦ଭାଗ ବକେୟା ଶୁଳ୍କ ଦେବାକୁ ମାଗିଥିଲେ । ଏନେଇ ବାସନ୍ତୀଙ୍କ ସ୍ୱାମୀ ଘନଶ୍ୟାମ ମହାପାତ୍ରଙ୍କ ସହିତ ଆଲୋଚନା କରୁଥିବାବେଳେ କରୋନା ସମୟରେ ଏତେ ଟଙ୍କା ଦେବାକୁ ଘନଶ୍ୟାମ ଅକ୍ଷମତା ପ୍ରକାଶ କରିଥିଲେ । ଆଗରୁ ନୋଟିସ୍ ଦିଆଯାଇଛି ତେଣୁ ବକେୟା ବିଲ ନଦେଲେ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ନିର୍ବାହୀଯନ୍ତ୍ରୀ କହିବାରୁ ଘନଶ୍ୟାମଙ୍କ ପୁଅ ଅନୀଲ ଏଥିରେ ଉତ୍କ୍ଷିପ୍ତ ହୋଇ ଏକ କାଠଫାଳିଆରେ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଫଳରେ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିାଳୟକୁ ଚିକିତ୍ସା ପାଇଁ ନିଆଯାଇଛି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons