କାନ୍ଥ ଉଠି ଆକାଶକୁ ଚାହିଁ ବସିଛି ଗରିବଙ୍କ ଆବାସ ଗୃହ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲ ପୁର ପାଞ୍ଚୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ୟ୍ୟ ପ୍ରାୟ ଅସମ୍ପୂର୍ଣ କ୍ଷ ସୂଚନା ଅନୁଯାଇ ଶକୁନ୍ତଳା ପାତ୍ର (୪୫)ଦୈତାରୀ ପାତ୍ର (୫୪)ଦୁଇ ଝିଅଅମ୍ବିକା ପାତ୍ର ଓ ଅନ୍ୟ ଜଣେ ବିଳାଶ୍ୱରୀ ପାତ୍ର (୧୪) ଜଣେ ବାହା ହୋଇ ଶାଶୁ ଘର କୁ ଯାଇଥିବା ବେଳେ ଜଣେ ବାପା ସହିତ ଘରେ ରହୁ ଛନ୍ତି କ୍ଷ ଏହିପରିସ୍ଥିତି ରେ ଚାଳ ଛପର ଘରେ ରହି ବହୁ କଷ୍ଟରେ ଜୀବନ ଅତି ବାହିତ କରୁଛନ୍ତି କ୍ଷ ସରକାରଙ୍କ ତରଫରୁ କାର୍ୟ୍ୟାଦେଶ ସଂଖ୍ୟା ୧୧୦୦ ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଲା ସତ କିନ୍ତୁ ଏକ ବର୍ଷ ହେବ କାନ୍ଥ ଉଠି ଆକାଶକୁ ଚାହିଁ ବସିଛି କେବେ ଛାତ ପଡିବ ତାହା ଭଗବାନଙ୍କ ଉପରେ ଭରସା କ୍ଷ ହିତାଧିକାରୀ ପ୍ରଥମ କିସ୍ତି ରେ କୋଡିଏ ହଜାର ଦ୍ୱତୀୟ କିସ୍ତି ରେ ପଞ୍ଚତିରିଶ ହଜାରଓ ତୃତୀୟ କିସ୍ତି ରେ ପଞ୍ଚଚାଳଶୀ ହଜାର ଏହିପରି ପ୍ରାୟ ଏକ ଲକ୍ଷ ଟଙ୍କା ଉଠାଇ ଠିକାଦାରଙ୍କୁ ଦେଇ ଥିବା ସେ ଅଭିଯୋଗ କରିଛନ୍ତି କ୍ଷ ଏପଟେ ଠିକାଦାର ଜଣକ ସବୁ ଟଙ୍କା ନେଇ ଘର କାର୍ୟ୍ୟ ଅସମ୍ପୂର୍ଣ କରି ଚୁପ ବସିଛନ୍ତି କ୍ଷ ଆଗକୁ ଟାଣ ଖରା ସହିତ ପାଣି ପବନ ଥିବା କାରଣରୁ ପ୍ରଶାସନ ନିକଟରେ ଘର ଟିକୁ ସମ୍ପୂର୍ଣ କରିବା ପାଁଇ ଗୁହାରୀ କରିଛନ୍ତି କ୍ଷ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons