କିରାସିନି ଢାଳି ପତ୍ନୀକୁ ପୋଡ଼ିଦେଲା !

Get real time updates directly on you device, subscribe now.

ଖୁଣ୍ଟା,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ଣଣାସାହି ଗାଁର ଘଟିଛି ଏକ ଜଘନ୍ୟକାଣ୍ଡ । ଜଣେ ବିବାହିତା ମହିଳାଙ୍କୁ ଶ୍ୱଶୁର ଘର ଲୋକ କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ମହିଳାଙ୍କ ସ୍ୱାମୀକୁ ଖୁଣ୍ଟା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଧନୁର୍ଜୟ ମହାନ୍ତ ।
ସୂଚନା ଅନୁସାରେ, ବେତନଟୀ ଥାନା ଅନ୍ତର୍ଗତ ରେଣୁକାସାହି ଗାଁର ବିଦ୍ୟାଧର ମହାନ୍ତଙ୍କ ଝିଅ ମନ୍ଦାକିନୀ ୧୪ ବର୍ଷ ତଳେ ଲକ୍ଷ୍ଣଣାସାହି ଗାଁର ଧନୁର୍ଜୟ ମହାନ୍ତକୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୧୩ ବର୍ଷର ପୁଅ ଓ ୭ ବର୍ଷର ଝିଅ ଅଛନ୍ତି । ତେବେ ବୈବାହିକ ଜୀବନ କିଛିବର୍ଷ ଠିକ୍ଠାକ ଚାଲିବା ପରେ ଏବେ ଅନେକ ସମୟରେ ପତି-ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା । ଅଧିକ ଯୌତୁକ ବାପଘରୁ ଆଣିବା ପାଇଁ ଦାବି କରି ମନ୍ଦାକିନୀଙ୍କୁ ଧନୁର୍ଜୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ ଏବଂ ବାପଘର ଲୋକ ଆସି ଦୁହିଁଙ୍କ ମଧ୍ୟରେ ଝଗଡ଼ାର ସମାଧାନ କରୁଥିଲେ ବୋଲି ପୁଲିସକୁ ଜଣାଇଛନ୍ତି । ତେବେ ଆଜି ତାଙ୍କ ଝିଅ ମନ୍ଦାକିନୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ ଖବର ଦେଇଥିଲେ । ଖବରପାଇ ମନ୍ଦାକିନୀଙ୍କ ଭାଇ ଦେବାଶିଷ ଓ ମା’ ଆସି ପହଞ୍ôଚ ଝିଅର ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜ୍ୱାଇଁ ଧନୁର୍ଜୟ ସଫେଇ ଦେଇଥିଲେଯେ ଗତକାଲି ରାତିରେ ଘର ଲୋକ ଶୋଇଯିବା ପରେ ମନ୍ଦାକିନୀ ଆତ୍ମହତ୍ୟା କରିଛନ୍ତି । ତେବେ ମନ୍ଦାକିନୀ ଓ ଧନୁର୍ଜୟଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ପାଟିତୁଣ୍ଡ ହୋଇଥିବା ପଡ଼ୋଶୀଙ୍କ ଠାରୁ ଜାଣିବାକୁ ପାଇବା ପରେ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଦେବାଶିଷଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ତାଙ୍କ ଭଉଣୀଙ୍କୁ ଭିଣୋଇ କିରାସିନି ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିବାର ଦେବାଶିଷ ସିଧାସଳଖ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିଲେ । ପ୍ରାଥମିକ ତଦନ୍ତରୁ ମନ୍ଦାକିନୀଙ୍କୁ ପୋଡ଼ି ମାରିଦିଆଯାଇଥିବାର ପୁଲିସ ସୁରାକ ପାଇବା ସହ ଅଭିଯୁକ୍ତ ଧନୁର୍ଜୟକୁ ଗିରଫ କରିଥିଲେ । ମୃତଦେହକୁ ଜବତ ସହ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ପୁଲିସ ପରବର୍ତ୍ତୀ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons