କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡିଯାଇ ଜଣଙ୍କର ମୃତ୍ୟୁ

Get real time updates directly on you device, subscribe now.

ବାଲିପାଟଣା : ଗାଧୋଇବା ବେଳେ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଲିଅନ୍ତା ଥାନା କୂଳସାହି ଗାଁର ନିରଞ୍ଜନ ବାରିକ । ଗାଧୋଉଥିବା ବେଳେ ନଦୀରେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ପ୍ରତିଦିନ ପରି ଆଜି ସକାଳୁ ନିରଞ୍ଜନ କୂଳସାହି ଗ୍ରାମ ନିକଟ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ସାହିର ଅନ୍ୟ ଲୋକମାନେ ତାଙ୍କୁ କୁଶଭଦ୍ରା ନଦୀରୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons