କୂଅରୁ ମିଳିଲା ମା’ ଓ ଶିଶୁକନ୍ୟାର ଶବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଗାଁ ମୁଣ୍ଡ କୂଅରୁ ମିଳିଛି ମା’ ଓ ୪ ବର୍ଷ ଶିଶୁକନ୍ୟାର ମୃତଦେହ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି ଶବ । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା କଉଡିଗୁଡା ଗାଁରେ । ମୃତକ ହେଲେ ଗାଁର ମୋତି ଖରା ଓ ତାଙ୍କ ଝିଅ ରଜନ୍ତୀ । ଗତ ଶୁକ୍ରବାର ରାତିରେ ମୋତି ରଜନ୍ତୀକୁ ଧରି କେଉଁଆଡେ ଚାଲି ଯାଇଥିଲେ । ଆଉ ଘରକୁ ଫେରିନଥିଲେ । ଆଜି ସକାଳେ ଉଭୟଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା । କେଉଁ କାରଣ ପାଇଁ ମୋତି ଏଭଳି ପଦକ୍ଷେପ ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନି । ପୁଲିସ୍ ପକ୍ଷରୁ ଚାଲିଛି ତନାଘନା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons