ନୂଆଦିଲ୍ଲୀ: କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । କୃଷି ଭିତ୍ତିଭୂମି ସୁଦୃଢ଼ ହେଲେ ହିଁ ଅର୍ଥନୀତି ମଜଭୁତ ହେବ । ଏଥିପାଇଁ ଆଜି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ୍ର ତୃତୀୟ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଲକ୍ଡାଉନ୍ ଯୋଗୁ ଚାପରେ ଥିବା କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଯଥା ମତ୍ସ୍ୟସମ୍ପଦ ଓ ପଶୁପାଳନ ଆଦି ପାଇଁ ଅନେକ ଘୋଷଣା କରିଛନ୍ତି । ଏସବୁ ପ୍ୟାକେଜ ଜରିଆରେ ଚାଷୀ ମୁଠାକୁ ଟାଣ କରିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ରକୁ ମଜଭୁତ କରିବା ପାଇଁ ମୋଟ ୧୧ଟି ଘୋଷଣା ହୋଇଛି । ଏଥିମଧ୍ୟରୁ ୮ଟି କୃଷି ଭିତ୍ତିଭୂମି ନିର୍ମାଣ, କ୍ଷମତା ବିକାଶ ଓ କୃଷି ଉପôାଦର ଭଣ୍ଡାରଣ ଓ ବିପଣନ ପାଇଁ ରହିଛି । ଅନ୍ୟ ତିନୋଟି ହେଉଛି ସଂସ୍କାର ସମ୍ବନ୍ଧୀୟ ।
ସୀତାରମଣ କହିଛନ୍ତି, କୃଷକଙ୍କୁ ଯେଭଳି ସେମାନଙ୍କ ଉପôାଦର ଉପଯୁକ୍ତ ମୂଲ୍ୟ ମିଳିବ, ତାହାକୁ ପ୍ରାଥମିକତା ଦେଇ କେତେକ କୃଷିଜାତ ଦ୍ରବ୍ୟକୁ ନିୟନ୍ତ୍ରଣମୁକ୍ତ କରାଯାଇଛି । ଫଳରେ ଶସ୍ୟ, ଖାଇବା ତେଲ, ତୈଳବୀଜ, ଡାଲି, ପିଆଜ, ଆଳୁ ଆଦିର ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ ।
କଠିନ ପରିସ୍ଥିତିକୁ କୃଷକ ଦୃଢ଼ତାର ସହ ସାମ୍ନା କରିଛି । ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବା ସକାଶେ ଲକ୍ଡାଉନ୍ ସମୟରେ ବି ସେମାନେ ଅବିରତ କାମ କରିଛନ୍ତି । ଚାଷୀ ଆୟ ଦୁଇଗୁଣ କରିବା ପାଇଁ କୃଷି ଭିତ୍ତିଭୂମି ମଜଭୁତ କରିବାକୁ ହେବ । ୨୦ ଲକ୍ଷ କୋଟି ପ୍ୟାକେଜ୍ର ଅଂଶବିଶେଷ ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଗଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କୃଷି ଉପôାଦର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବିକାଶ ଏବଂ ଫସଲ କଟାହେବା ପରେ ଏହାର ପ୍ରବନ୍ଧନ ସକାଶେ ଏ ରାଶି ବ୍ୟବହାର ହେବ । କୃଷି ଭିତ୍ତିଭୂମି ପ୍ରକଳ୍ପରେ ଏହା ବ୍ୟବହାର ହେବ । ଏହାବ୍ୟତୀତ ଖାଦ୍ୟ ଉପôାଦନକାରୀ ସଂସ୍ଥା(ଏଫ୍ପିଓ), ପ୍ରାଥମିକ କୃଷି ସମବାୟ ସମିତି, କୃଷି ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ଗୁଡିକ ଏହାଦ୍ୱାରା ଉପକୃତ ହେବେ ।
ଅଣୁ ଖାଦ୍ୟ ଉଦ୍ୟୋଗ(ଏମ୍ଏଫ୍ଇ)ଗୁଡିକ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍କିମ୍ ଘୋଷଣା କରାଯାଇଛି । ଏହା କ୍ଲଷ୍ଟରଭିତ୍ତିକ ରହିବ । ୨ ଲକ୍ଷ ଏମ୍ଏଫ୍ଇଙ୍କୁ ଏହାର ଲାଭ ମିଳିବ । ଯେଉଁ ରାଜ୍ୟରେ ଯେଉଁ ଉପôାଦ ଅଧିକ ଅମଳ ହୋଇଥାଏ ଉକ୍ତ ରାଜ୍ୟରେ କ୍ଲଷ୍ଟର ବସାଇ କମ୍ପାନିଗୁଡ଼ିକ ସେଗୁଡ଼ିକର ବ୍ରାଣ୍ଡିଂ ଓ ମାର୍କେଟିଂ କରିବେ । ଫଳରେ ସ୍ଥାନୀୟ ଉପôାଦର ପ୍ରଚାର ହେବ । ଭାରତୀୟ କୃଷି ଉପôାଦଗୁଡ଼ିକର ପହଞ୍ଚ ବିଦେଶକୁ ବଢ଼ିବ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ବଜେଟରେ ଘୋଷିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦୦୦୦ କୋଟି ଟଙ୍କା ଘୋଷଣା କରାଯାଇଛି । ଏଥି ମଧ୍ୟରେ ସାମୁଦ୍ରିକ ତଥା ଅନ୍ତର୍ଦେଶୀୟ ମତ୍ସ୍ୟପାଳନ ପାଇଁ ୧୧ ହଜାର କୋଟି ଏବଂ ମତ୍ସ୍ୟ ଭିତ୍ତିଭୂମି ପାଇଁ ୯,୦୦୦ କୋଟି ଟଙ୍କା ରହିଛି । ଏହାଦ୍ୱାରା ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ । ଭାରତର ରପ୍ତାନି ବଢ଼ିବ । ମତ୍ସ୍ୟପାଳନକୁ ତ୍ୱରାନ୍ୱିତ କରିବା ପାଇଁ ଧୀବରମାନଙ୍କୁ ଡଙ୍ଗା ଯୋଗାଇ ଦିଆଯିବ । ସେମାନଙ୍କ ଡଙ୍ଗାର ବୀମାକରଣ କରାଯିବ । ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୭୦ ଲକ୍ଷ ଟନ୍ ମାଛ ଉପôାଦନ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।
୫୩ କୋଟିରୁ ଊଦ୍ଧ୍ୱର୍ ପଶୁଙ୍କ ଟିକାକରଣ ପାଇଁ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ପଶୁ ଉପôାଦର ଚାହିଦା ବଢ଼ିବ ଏବଂ ପ୍ରାଣୀଧନଙ୍କ ଜୀବନ ମାନ ଉନ୍ନତ ହେବ । ପଶୁଙ୍କ ଟିକାକରଣ ଯୋଜନା ଅଧୀନରେ ଏଯାବତ ୧.୫ କୋଟି ଗାଈ ଏବଂ ମଇଁଷିଙ୍କ ଟିକାକରଣ କରାଯାଇଛି । ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ଦୁଗ୍ଧ ଉପôାଦର ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ, ମୂଲ୍ୟଯୁକ୍ତ ଆଦି ପାଇଁ ୧୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ଔଷଧୀୟ ବୃକ୍ଷ ଚାଷ ପାଇଁ ୪ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ୧୦ ହେକ୍ଟର ଜମିରେ ଏହି ଚାଷ କରାଯିବ । ଏହି ପାଣ୍ଠି ଜରିଆରେ ଔଷଧୀୟ ବୃକ୍ଷର କ୍ଷେତ୍ରୀୟ ମଣ୍ଡି ବିକାଶ କରାଯିବ । ଏହାଦ୍ୱାରା ଚାଷୀମାନେ ୫୦୦୦ କୋଟି ଟଙ୍କା ଆୟ କରିବେ । ଜାତୀୟ ଔଷଧୀୟ ବୃକ୍ଷ ବୋର୍ଡ(ଏନ୍ଏମ୍ପିବି) ଗଙ୍ଗା ନଦୀ କୂଳରେ ଔଷଧୀୟ ବୃକ୍ଷର ଏକ କରିଡର ବିକାଶ କରିବ ।
ମହୁମାଛି ପାଳନକୁ ବଢ଼ାଇବା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି । ୨ ଲକ୍ଷରୁ ଊଦ୍ଧ୍ୱର୍ ମହୁମାଛି ପାଳକଙ୍କୁ ଏହାର ଫାଇଦା ମିଳିବ । ମହୁ ଚାଷ ସେଣ୍ଟର, ମହୁ ସଂଗ୍ରହ, ବିପଣନ ଓ ସଂରକ୍ଷଣ କେନ୍ଦ୍ର, ଅମଳ ପରବର୍ତ୍ତୀ ପ୍ରବନ୍ଧକ ମୂଲ୍ୟଯୁକ୍ତ ପାଇଁ ଭିତ୍ତିଭୂମି ବିକାଶ କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଲକ୍ଡାଉନ୍ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି । ଚାଷୀ ନିଜ ଉପôାଦକୁ ବିକ୍ରି କରିପାରୁନାହିଁ । ଚାହିଦା ଧୀମା ଥିବାରୁ କୃଷି ଉପôାଦ, ଫଳ ଆଦିକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଛି । ଏଥିପାଇଁ ଅପରେଶନ ଗ୍ରୀନ୍ର ପରିସରକୁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମାଧ୍ୟମରେ ଏବେ ପରିବହନରେ ୫୦ଧ ଏବଂ ଭଣ୍ଡାରଣରେ ୫୦ଧ ସବ୍ସିଡି ମିଳିବ । ପୂର୍ବରୁ ଟମାଟୋ, ପିଆଜ,ଆଳୁ ଆଦିରେ ଏହି ଯୋଜନା ସୀମିତ ଥିଲା । ଏବେ ୬ ମାସ ପାଇଁ ଅନ୍ୟ ଫଳ ଏବଂ ପନିପରିବା କ୍ଷେତ୍ରରେ ବି ଏ ସୁବିଧା ଦିଆଯିବ । ଏଥିପାଇଁ ୫୦୦ କୋଟି ଟଙ୍କା ପ୍ରଦାନ କରାଗଲା । ଫଳରେ ଚାଷୀଙ୍କୁ ସେମାନଙ୍କ ଉପôାଦର ଉପଯୁକ୍ତ ମୂଲ୍ୟ ମିଳିବ । ସେମାନେ କମ୍ ମୂଲ୍ୟରେ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେବ ନାହିଁ ।
କୃଷି କ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଏବଂ ନିବେଶ ବଢ଼ାଇବା ପାଇଁ ୧୯୫୫ରୁ ପ୍ରଚଳିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ ହେବ । ସଂଶୋଧିତ ଆଇନ ଜରିଆରେ କୃଷକଙ୍କ ଆୟ ବଢ଼ିବ । ଖାଦ୍ୟଶସ୍ୟ, ଖାଇବା ତେଲ,ଡାଲି, ତୈଳବୀଜ, ପିଆଜ ଏବଂ ଆଳୁ ଆଦି ସାମଗ୍ରୀକୁ ନିୟନ୍ତ୍ରଣମୁକ୍ତ କରାଯାଇଛି । ଏଗୁଡିକର ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ଫଳରେ ସେମାନେ ଆଉ କମ୍ ଦାମରେ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେବେ ନାହିଁ । କେବଳ ଜରୁରି ତଥା ଆପଦ ପରିସ୍ଥିତିରେ ହିଁ ଏଗୁଡ଼ିକର ମହଜୁଦ ସୀମା ହ୍ରାସ କରାଯିବ ।
କେବଳ କୃଷି କ୍ଷେତ୍ର ହେଉଛି ଏକମାତ୍ର କ୍ଷେତ୍ର, ଯାହାକି ଏପିଏମ୍ସିଗୁଡ଼ିକ ଜରିଆରେ କେବଳ ଲାଇସେନ୍ସ ରଖିଥିବା ସଂସ୍ଥାନକୁ ସାମଗ୍ରୀ ବିକି୍ର କରିଥାଏ । ନୂଆ ନିଷ୍ପତ୍ତି ଅନୁସାରେ କୃଷକମାନେ ନିଜ ଉପôାଦକୁ ଯାହାକୁ ଚାହିଁବେ ବିକ୍ରି କରିପାରିବେ । ଏଥିପାଇଁ ଇ-ଟ୍ରେଡିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ଯେପରି ସେମାନଙ୍କ ଉପôାଦର ଉଚିତ ମୂଲ୍ୟ ମିଳିବ ସେଥିପାଇଁ ଆନ୍ତଃରାଜ୍ୟ ବ୍ୟାପାର ସୁନିଶ୍ଚିତ କରାଯିବ । କୃଷକଙ୍କ ଶୋଷଣ ହେବ ନାହିଁ ସେଥିପାଇଁ ଏକ କେନ୍ଦ୍ରୀୟ ଆଇନ ଆସିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଗତ ଦୁଇ ମାସରେ କୃଷକଙ୍କଠାରୁ ୭୪,୩୦୦ କୋଟି ଟଙ୍କାର ଉପôାଦ କିଣାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଜରିଆରେ ଚାଷୀଙ୍କ ଖାତାକୁ ୧୮,୭୦୦ କୋଟି ଟଙ୍କା ଯାଇଥିବା ସେ କହିଛନ୍ତି । ଦେଶର ବୃହତ୍ ଭାଗ ଲୋକ କୃଷି କାର୍ଯ୍ୟରେ ଜଡ଼ିତ । ପ୍ରତିକୂଳ ପରିସ୍ଥିତିରେ ବି ଦେଶ ଦୁଗ୍ଧ, ଝୋଟ ଏବଂ ଡାଲି ଉପôାଦନରେ ନମ୍ବର ୱାନ ରହିଛି । ସେହିଭଳି ଆଖୁ, କପା, ବାଦାମ, ଫଳ ଏବଂ ମାଛ ଉପôାଦନରେ ଦେଶ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଶସ୍ୟ ଉପôାଦନରେ ଏହା ତୃତୀୟ ସ୍ଥାନରେ ରହିଛି । ଚାଷୀଙ୍କ ଆୟ ବୃଦ୍ଧି ସରକାରଙ୍କ ପ୍ରାଥମିକତା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.