ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ କେନାଲରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜା।
ଘଟଣା ଅନୁଯାୟୀ, ସାଙ୍ଗସାଥୀଙ୍କ ସହ କେନାଲରେ ଗାଧୋଉଥିବା ସମୟରେ ରାଜାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ପିଲାମାନେ ଚେଷ୍ଟା କରି ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପଟେ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବିଂଝାରପୁର ପୁଲିସ୍।
Comments are closed, but trackbacks and pingbacks are open.