କେନ୍ଦ୍ରାପଡ଼ାରେ ପୁଣି ୪ ପଜିଟିଭ୍

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ପିଛା ଛାଡୁନି କରୋନା ସଂକ୍ରମଣ ସମସ୍ୟା । ଗତକାଲି ୧୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ପୁଣି ୪ ଜଣ ବ୍ୟକ୍ତି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚାରି ଜଣଯାକ ସୁରଟ୍ ଫେରନ୍ତା । ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମାର୍ଶାଘାଇ ବ୍ଲକ ଏବଂ ଅନ୍ୟ ଜଣେ ମହାକାଳପଡ଼ା ବ୍ଲକ ଅଞ୍ଚଳର ବୋଲି ସୂଚନା ମିଳିଛି । କରୋନା ଚିହ୍ନଟ ୪ ଜଣ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ସ୍ୱାବ ପରୀକ୍ଷା ହେବାକୁ ଯାଇଥିବା ବେଳେ ସେମାନଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ଏମାନେ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ କୋଭିଡ୍୍-୧୯ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂପୃକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରଗୁଋିକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ସହିତ ଅନ୍ତେବାସୀମାନେ ଯେପରି ବାହାର ଲୋକଙ୍କ ସହିତ ମିଶିନପାରିବେ ସେଥିପାଇଁ ସମସ୍ତ କେନ୍ଦ୍ରରେ ୧୪୪ ଧାରା ବଳବତ୍ତର ରହିଛି । ଏହା ଆଗାମୀ ୨ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ସଂକ୍ରମଣ ସଂଖ୍ୟାକୁ ଦେଖି ୧୪୪ ପ୍ରତ୍ୟାହାର ହେବ କି ନାହିଁ ସେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡ଼ିଛି । ଏହି ୪ଜଣଙ୍କୁ ମିଶାଇ କେନ୍ଦ୍ରାପଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି । ଏହି ୨୬ ଜଣଙ୍କ ମଧ୍ୟରୁ ୨୩ ଜଣ ସୁରଟ୍ ଫେରନ୍ତା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons