କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନେପାଳର କାଠମାଣ୍ଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାର ବରିଷ୍ଠ ବିଜେପି ନେତା କାଳୁ ଖଣ୍ଡେଇତରାୟଙ୍କ ଅନୁରୋଧ କ୍ରମେ ଧର୍ମେନ୍ଦ୍ର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ପ୍ରଧାନ ଚିଠିରେ ଜଣାଇଛନ୍ତି ଯେ, ଏହି ବସ୍ ଦୁର୍ଘଟଣାରେ ଓଡ଼ିଶାର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ତୀର୍ଥଯାତ୍ରୀ ଥିବା ବେଳେ ଚରଣ ବିଶ୍ୱାଳ ଓ ବିଜୟ ଜେନା ନାମକ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏତଦ୍ବ୍ୟତୀତ ସର୍ବେଶ୍ୱର ଜେନା(୫୫) ଓ କରୁଣା ଅଗସ୍ତି ନାମକ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ କାର୍କୀ ସ୍ଥିତ ବିର୍ଜୁଙ୍ଗ ନ୍ୟୁରୋ ହସ୍ପିଟାଲ ଓ ଅନ୍ୟ ଆହତମାନେ ଚନ୍ଦ୍ରାଣିଗୋହାପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ସେହିଭଳି ଶବ ଦୁଇଟିକୁ ଚନ୍ଦ୍ରାଣିଗୋହାପୁର ସ୍ଥିତ ମ୍ୟୁନିସିପାଲିଟି ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍ରେ ରଖାଯାଇଛି । ଡା. ଜୟଶଙ୍କର ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons