ଜୟପୁର: ପଟ୍ଟାଙ୍ଗୀ ଅଞ୍ଚଳରୁ ରାଜ୍ୟ ବାହାରକୁ ବିପୁଳ ଗଞ୍ଜେଇ ଚାଲାଣ ଉଦ୍ୟମ ବିଫଳ କରିଛି ସଦର ପୁଲିସ । କାରବାରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ସେମିଳିଗୁଡ଼ା ଥାନା ଆର.କେ ମାଳିଗୁଡ଼ାର ଅର୍ଜୁନ ଖରା(୨୨) । ତା’ ପାଖରୁ ୧ ହଜାର ୫୩ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏଥିସହ ଅଭିଯୁକ୍ତ ପାଖରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଭ୍ୟାନ୍, ଏବଂ ମୋବାଇଲ ଫୋନ ଜବତ କରାଯାଇଛି । କାରବାରରେ ଲିପ୍ତ ଅନ୍ୟ ୬ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୫ ତାରିିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ମିଳିଥିଲା । ପଟ୍ଟାଙ୍ଗି ଥାନା ଅଞ୍ଚଳରୁ ଭ୍ୟାନ(ଏପି ୩୫ ଡବ୍ଲୁ୍ୟ-୦୪୮୭)ରେ ଗଞ୍ଜେଇ ଜୟପୁର ଅଭିମୁଖେ ଆସୁଥିବା ଜଣାପଡ଼ିବା ପରେ ଏସ୍ଆଇ ନବୀନକୁମାର ଟପ୍ପୋଙ୍କ ସହ ଏକ ଟିମ୍ ଏନଏଚ୍-୨୬ କୋରାପୁଟ ଘାଟିରେ ଛପି ରହିଥିଲା । ଭ୍ୟାନ୍ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଅଧିକାରୀମାନେ ଗାଡ଼ି ଅଟକାଇଥିଲେ । ପୁଲିସକୁ ଦେଖି ୬ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୁକ୍ତ ଅର୍ଜୁନକୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା । ଯାଞ୍ଚ ବେଳେ ଡାଲାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଜୟପୁରରୁ ଏକ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହୋଇଥାନ୍ତା ବୋଲି ଅଭିଯୁକ୍ତ ସ୍ୱୀକାର କରିଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ସ୍ଥାନୀୟ ଏସ୍ଡିପିଓ କାର୍ଯ୍ୟାଳୟ ପରିସରରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼, ଏଏସ୍ଆଇ ଗଣେଶପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲା ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.