କୋଣାର୍କରେ ରଜ ଭିଡ଼: ବେଳାଭୂମି ମଜା ଉଠାଇଲେ, ସୂର୍ଯ୍ୟମନ୍ଦିର ବୁଲିଲେ

Get real time updates directly on you device, subscribe now.

କୋଣାର୍କ, (ବି.ବି.ନ୍ୟୁଜ୍): ଫୋନି ବାତ୍ୟା ପରେ ପ୍ରଥମ ଥର ଲାଗି ରଜ ସଂକ୍ରାନ୍ତିରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ବେଳାଭୂମିରେ ସମୟ କଟାଇ ଭରପୁର ମଜା ଉଠାଇବା ସହ ସୂର୍ଯ୍ୟମନ୍ଦିର, ନବଗ୍ରହ ପୀଠ ବୁଲିଥିଲେ । ଏହାସହ ମା’ ଭଗବତୀ ଓ ମା’ ରାମଚଣ୍ଡୀଙ୍କ ପୀଠ- ସବୁଠି ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥିଲା । ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ପର୍ଯ୍ୟଟକ କାଉଣ୍ଟରରୁ ଟିକେଟ କାଟି ସୂର୍ଯ୍ୟମନ୍ଦିର ବୁଲିଥିବା ରେକର୍ଡ କହୁଛି । ଚନ୍ଦ୍ରଭାଗା ଛକ ରାସ୍ତା ଦୁଇ ପାଶ୍ୱର୍ରେ ଶହ ଶହ ଯାନବାହାନ ପାର୍କିଂ କରିଥିଲା । ମେଡିକାଲ ଛକ, ରିଂରୋଡ, ବସଷ୍ଟାଣ୍ଡରେ ଟ୍ରାଫିକ ସମସ୍ୟା ଯୋଗୁଁ ପର୍ଯ୍ୟଟକମାନେ ଆବଶ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସଂଧ୍ୟାରେ ମାଧିପୁର ଛକରୁ କଲେଜ ଛକ ପର୍ଯ୍ୟନ୍ତ ବେଶୀ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons