କୋଭିଡି କେୟାର ସେଣ୍ଟରରେ ଯୁବକ ହାରିଲେ ଜୀବନ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁୃ୍ୟଜ୍): କୋଭିଡ଼ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କୋଭିଡ଼ କେୟାର ସେଣ୍ଟରରେ । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁନ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ । ବାଲିଗୁଡ଼ା ଉପ ଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଏନେଇ ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡ଼ା ପୋଲିସ ଜବତ କରିଛି । ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା କରିଥିବା ଉପ ଜିଲ୍ଲାପାଳ କହିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହାଇଦ୍ରାବାଦରୁ ଫେରି କୁନ୍ତମଗଡ଼ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ଘରକୁ ଫେରିଥିଲେ । ଏହାର କିଛି ଦିନ ପରେ ତାଙ୍କର ଦେହ ଖରାପ ହେବା ପରେ ୧୬ ତାରିଖ ଦିନ ତାଙ୍କୁ ବଡ଼ଗାଁ କୋଭିଡ଼ କେୟାର ସେଣ୍ଟରକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ମଧ୍ୟ ଏଯାଏ ତାଙ୍କର କୌଣସି ରିପୋର୍ଟ ଆସିନଥିବା ପ୍ରଶାସନ କହିଛି । ସୁସାଇଡ ନୋଟରେ ସେ ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି ବୋଲି ଲେଖିଥିବା ଜଣାଯାଇଛି । ପ୍ରଶାସନ ତାଙ୍କର ମୃତ ଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣା ଘଟିବା ପରେ ପ୍ରଶାସନ କୋଭିଡ ସେଣ୍ଟରରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହି ଘଟଣା ଏବେ ବାଲିଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons