କୋଭିଡ୍ ହସପିଟାଲରେ ଆଉ ୨ ମୃତ

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ୨ ଜଣଙ୍କ ଜୀମନ ଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ବୈପାରିଗୁଡ଼ା ବ୍ଲକ ଅଞ୍ଚଳର ୬୦ ବର୍ଷୀୟା ବୃଦ୍ଧା ଏବଂ ଅନ୍ୟ ଜଣେ ସହରର ୪୦ ବର୍ଷୀୟ ଯୁବକ । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଶବ ସକ୍ରାର କରାଯାଇଛି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏ ବର୍ଷ ହୋମ୍ ଆଇସୋଲେସନ୍, ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସପିଟାଲରେ ୯୬ ଜଣଙ୍କ ମୃତୁ୍ୟ ହେଲାଣି । ସରକାରୀ ହିସାବରେ ଏବର୍ଷ ୩୯ ଏବଂ ଗତବର୍ଷ ୧୭ ଏଭଳି ୫୬ ଜଣଙ୍କ ମୃତୁ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଯୁବକ ଜଣଙ୍କ କିଛି ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ଡିଏଚଏଚ୍ରେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଅବସ୍ଥା ଠିକ୍ ଥିବାରୁ ହୋମ୍ ଆଇସୋଲେସନ୍ରେ ରହିଥିଲେ । ଘରେ ରହି ୱାର୍କ ଫ୍ରମ୍ ହୋମ୍ କରୁଥିଲେ । ଗତ ୨୧ ତାରିଖରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଏଠାକାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ଶରୀରରେ ଅକ୍ସିଜେନ୍ ସ୍ତର କମିଯିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିଲା । ସେହିଭଳି ବୃଦ୍ଧା ଜଣଙ୍କ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତା ଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଗତ ୨୨ ତାରିଖରେ ତାଙ୍କୁ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଶରୀରରେ ଅମ୍ଳଜାନ ସ୍ତର କମୁଥିବାରୁ ତୁରନ୍ତ ଆଇସିୟୁ ଏବଂ ଭେଣ୍ଟିଲେଟରରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଅପରାହ୍ନରେ ବୃଦ୍ଧାଙ୍କୁ କୋଭିଡ୍ ହସପିଟାଲ ଆଇସିୟୁରେ ରଖାଯାଇଥିଲା । ଏହାର କିଛି ଘଣ୍ଟା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏ ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା । ଯୁବକଙ୍କ ମୃତଦେହ ସ୍ଥାନୀୟ ଚମ୍ପାକୁପୁଲି କୋଭିଡ୍ ଶ୍ମଶାନରେ ସକ୍ରାର କରାଯାଇଥିବା ବେଳେ ବୃଦ୍ଧାଙ୍କ ଶବକୁ ପରିବାର ଲୋକ ବୈପାରିଗୁଡ଼ା ନେଇଥିଲେ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons