କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଆଜି ଗୋଟିଏ ଽିନରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସେମାନଙ୍କ ମଧ୍ୟରେ ଡୁମୁରୀପୁଟର ଜଣେ ୬୦ ବର୍ଷର ବ୍ୟକ୍ତି, ସେମିଳିଗୁଡ଼ାର ଜଣେ ୭୧ ବର୍ଷୀୟ ବୃଦ୍ଧ ଏବଂ ଽଶମନ୍ତପୁର ବ୍ଲକ ରୋହିଆମ୍ବ ଗାଁର ଜଣେ ୪୦ ବର୍ଷର ଯୁବକ ରହିଛନ୍ତି । ସେମାନଙ୍କଠାରେ ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ୍ ହସ୍ପିଟାଲ୍ ଓ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଜୟପୁରରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଏଠାରେ ଆଖି ବୁଜିଛନ୍ତି । କୋଭିଡ୍ ଗାଇଡ ଲାଇନ ଅନୁସାରେ ୩ ଜଣଙ୍କ ଶବ ସକ୍ରାର କରାଯାଇଛି । କୋରାପୁଟରେ ପ୍ରାଣ ହରାଇଥିବା ଡୁମୁରୀପୁଟ ଓ ସେମିଳିଗୁଡ଼ାର ୨ଜଣଙ୍କ ଶବକୁ ଟାଉନ ଥାନା ଆଇଆଇସି ପୀତବାସ ଧାରୁଆଙ୍କ ଉପସ୍ଥିତିରେ ଏବଂ ପୌର କର୍ମଚାରୀଙ୍କ ସହଯୋଗରେ ସ୍ଥାନୀୟ ଶ୍ମ୍ମଶାନରେ ଽାହ କରାଯାଇଛି । ମୃତକମାନେ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ହେଁ ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ଏହି ୩ ଜଣଙ୍କୁ ମିଶାଇ ଆଜିସୁଦ୍ଧା ଜିଲ୍ଲାରେ ୧୫ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ସେମାନଙ୍କ ଭିତରେ କେବଳ ଜୟପୁର ସବ୍ଡିଭିଜନର ୬ ଜଣ ରହିଛନ୍ତି ।
ସୂଚନାଥାଉକି, ଗତ ଅଗଷ୍ଟ ୭ ତାରିଖରେ କୋରାପୁଟରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିଲା । ସେମାନଙ୍କ ମଧ୍ୟରେ ତିଲେ କାକିରିଗୁମ୍ମାର ଜଣେ ମହିଳା ଏବଂ ସହରର ଜଣେ ୭୦ ବର୍ଷର ବୃଦ୍ଧ । ମହିଳାଙ୍କ ଶବକୁ କୋରାପୁଟ ଶ୍ମଶାନରେ ପୋତା ଯାଇଥିବା ବେଳେ ବୃଦ୍ଧଙ୍କ ଶବ ଽାହ କରାଯାଇଥିଲା । ମୃତ ବୃଦ୍ଧ ଜଣଙ୍କ ଜଣେ ହୃଽ୍ରୋଗୀ ଥିଲେ । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଏମାନଙ୍କ ପୂର୍ବରୁ ଆଉ ୭ ଜଣ କରୋନା ପଜିଟିଭ୍ ଥାଇ ପ୍ରାଣ ହରାଇଥିଲେ । ବେସରକାରୀ ଭାବେ ୧୫ ଜଣଙ୍କ କରୋନାଜନିତ ମୃତୁ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କ ସରକାରୀ ଭାବେ ମୃତୁ୍ୟ ହୋଇଥିବା ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରେ ପାଡ଼ୁଆର ଜଣେ ଓ ଭେଜାପୁଟର ଜଣେ ରହିଛନ୍ତି । ସେମାନେ ଅନ୍ୟ ରୋଗରେ ପୀଡିତ ଥିଲେ ବି ଅକାନ୍ତ ହୋଇ ଭୁବନେଶ୍ୱରର ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ । ଅନ୍ୟ ମୃତକମାନଙ୍କ ଶବକୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ସକ୍ରାର କରାଯାଇଥିଲେ ହେଁ, ସରକାର ଏପର୍ଯ୍ୟନ୍ତ ନିରବ ରହିଛନ୍ତି । ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.