କୋଷାଗୁମୁଡ଼ାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

Get real time updates directly on you device, subscribe now.

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବ୍ଲକ ସଦର ମହକୁମାର ମୁଖ୍ୟ ବଜାର ରାସ୍ତା, ସନ୍ତୋଷପୁର ରାସ୍ତା, ଲେମ୍ପ୍ସ, ପୁରୁଣା ବ୍ୟାଙ୍କ ରାସ୍ତା, ମିର୍ଗାନ ସାହି, କୁମ୍ଭାରସାହି ରାସ୍ତା ସମେତ ଅନେକ ସାହିରେ ଥିବା ଡ୍ରେନରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିଛି । ବର୍ଷ ବର୍ଷ ଧରି ଡ୍ରେନ୍ ସଫେଇ ହେଉନି । ଫଳରେ ଏହା ପୋତି ହୋଇଯାଇଥିବା ବେଳେ ବର୍ଷା ଦିନେ ପାଣି ନିଷ୍କାସନ ହୋଇପାରୁନି । ବର୍ଷା ପାଣି ରାସ୍ତା ଉପରେ ଜମି ରହି କୁତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି କରୁଛି । ଏଥିସହ ଅନେକ ଘରେ ପାଣି ପଶିବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସମସ୍ତ ସାହିର ବର୍ଷା ଜଳ ଆସି କୁମ୍ଭାରସାହିରେ ଜମା ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଏଥିପାଇଁ ହୀନସ୍ତା ହେଉଛନ୍ତି । ଏଥିସହ ବର୍ଷ ବର୍ଷ ଧରି ଆବର୍ଜନା ପଡି ରହିବା କାରଣରୁ ଦୁର୍ଗନ୍ଧ ମଧ୍ୟ ହେଉଛି । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଗାଁ କଲ୍ୟାଣ ସମିତି, ପଞ୍ଚାୟତରାଜ ବ୍ୟବସ୍ଥା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଯୋଜନା ଫେଲ ମାରିଥିବା ଜଣାପଡୁଛି । କରୋନା ମହାମାରୀ ସମୟରେ ପରିବେଶ ପରିଷ୍କାର, ପରିଛନ୍ନତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କୋଷଗୁମୁଡ଼ା ବ୍ଲକ ସଦର ମହକୁମାଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ତୁରନ୍ତ ଡ୍ରେନ୍ଗୁଡିକ ସଫେଇ ପାଇଁ ଦାବି ହୋଇଛି । ଏନେଇ କୋଷାଗୁମୁଡା ସରପଞ୍ଚ ନେତୁ ପୂଜାରୀଙ୍କୁ ପଚାରିବାରୁ, ଡ୍ରେନ୍ ସଫେଇ ପାଇଁ ପଦକ୍ଷେପ ନିଆଯାଇଛି । ତୁରନ୍ତ ଏହାକୁ ସଫେଇ କରାଯିବ ବୋଲି କହିଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons