କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

Get real time updates directly on you device, subscribe now.

କେନ୍ଦ୍ରପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତର ବଡଗାଁ ବଜ୍ରମହାକାଳୀ ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ମହିଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଛି।ମହାକାଳପଡା ଥାନା ବାରଡାଙ୍ଗ ଗ୍ରାମର ଶତୃଘ୍ନ ନାୟକଙ୍କ ପତ୍ନୀ ସବିତା ନାୟକ ଗର୍ଭବତୀ ଥିବା ସମୟରେ ଗତ ୨୭ ତାରିଖ ଦିନ ସୁରଟରୁ ଆସିଥିଲେ । ତାଙ୍କ ସହିତ ୪ ବର୍ଷର ଝିଅ ସହ ବଡଗାଁ ସଙ୍ଗରୋଧ ଗୃହରେ ରହୁଥିଲେ। ଏହି ସଙ୍ଗରୋଧରେ ଗୃହରେ ମୋଟ ୮ ଜଣ ମହିଳା ୩ ଜଣ ଶିଶୁ ୧୫ଜଣ ପୁରୁଷ ରହୁଥିଲେ। ରାତିରେ ସବିତାଙ୍କ ସ୍ବାବ ଯନ୍ତ୍ରଣା ହେବାରୁ ଆଶାକର୍ମୀ, ଅଙ୍ଗନିବାଡି କର୍ମୀ ଡାକ୍ତର ଟିମ୍‌କୁ ଡକାଇ ଥିଲେ । ଆଜି ସକାଳେ ସବିତା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons