ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ବନ୍ଧା ହେଲେ

Get real time updates directly on you device, subscribe now.

ମୁନିଗୁଡ଼ା: ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ବିଷମକଟକ ପୁଲିସ୍‌ ଜଣକୁ ଗିରଫ କରିଛି। ତାଙ୍କ ନାଁ ମାନସ ମହାନ୍ତି। ତାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ।
ସେ ଗତ କିଛି ବର୍ଷ ଧରି ଦୁର୍ଗୀ ସମାଚାର, ନମସ୍କାର ଦୁର୍ଗୀ ଓ ରାୟଗଡ଼ା ଖବର ଆଦି ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି ଖୋଲି ଶାସକ ଦଳ ବିରୋଧରେ ବିଭିନ୍ନ ବିଭ୍ରାନ୍ତିକର ଖବର ପରିବେଷଣ କରୁଥିଲେ। ଏନେଇ ବିଷମକଟକ ଥାନାରେ ପୃଥକ୍ ପୃଥକ୍ ଭାବେ ୩ଟି ମାମଲା ରୁଜୁ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ୍‌ ମାନସଙ୍କୁ ଗିରଫ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons