ଖଲ୍ଲିକୋଟ ବଡ଼ ଘାଟିରେ ଅପରାଧ: ବନ୍ଧୁକ ଓ ଖଣ୍ଡା ଦେଖାଇ ୨ ଲକ୍ଷ ଲୁଟ୍

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ୧୬ ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ ବଡ ଘାଟିରେ ଦିନ ଶନିବାର ଦ୍ୱିପ୍ରହରରେ ଲୁଟ । ବନ୍ଧୁକ ଓ ଖଣ୍ଡା ଦେଖାଇ ୨ ଲକ୍ଷ ଟଙ୍କା, ପରିଚୟପତ୍ର, ଏଟିଏମ୍ କାର୍ଡ ଆଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବ୍ରହ୍ମପୁର ଅଞ୍ଚଳର ଜଣେ ଟିଭି ସାମ୍ବାଦିକ ପିଣ୍ଟୁ ବେହେରା ବାଇକ୍ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମନ୍ନପୁରମ୍ ଗୋଲ୍ଡ ଲୋନ୍ ଅଫିସ୍କୁ ଯାଉଥିଲେ । ତେବେ ତିନି ଜଣ ଦୁର୍ବୃତ୍ତ ଆସି ବାଇକ୍ ଅଟକାଇ ପିଣ୍ଟୁଙ୍କ ଠାରୁ ଲୁଟପାଟ କରି ଚମ୍ପଟ ମାରିଛନ୍ତି । ପିଣ୍ଟୁ ଖଲ୍ଲିକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପିଣ୍ଟୁଙ୍କ କହିବା ଅନୁଯାୟୀ ସେ ବାଣପୁର ଯାଉଥିବା ବେଳେ ଖଲ୍ଲିକୋଟ ସାନଘାଟି ଠାରେ ଦୁଇ ଜଣ ଯୁବକ ତାଙ୍କ ବାଇକ୍ ଅଟକାଇ ଆଗକୁ ଯିବାକୁ ଲିଫ୍ଟ ମାଗିଥିଲେ । ତେବେ ବ୍ୟାଗ୍ରେ ଏତେ ଗୁଡିଏ ଟଙ୍କା ଧରିଥିବାରୁ ସେ ମନା କରି ଦେଇଥିଲେ । ବଡ ଘାଟିରେ ଗୋଟିଏ ବାଇକ୍ରେ ତିନି ଜଣ ଦୁର୍ବୁତ୍ତ ପଛପଟୁ ଆସି ହଠାତ୍ ତାଙ୍କ ଗାଡି ଆଗରେ ଠିଆ ହୋଇ ଯାଇଥିଲେ । ପିସ୍ତଲ ଓ ଛୁରୀ ଦେଖାଇ ପିଣ୍ଟୁଙ୍କ ହାତରୁ ଟଙ୍କା ଥିବା ବ୍ୟାଗ୍ ଛଡାଇ ନେବା ସହ ତାଙ୍କର ମନିପର୍ସରେ ଥିବା ୧୧୦୦ ଟଙ୍କା ମଧ୍ୟ ଲୁଟି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ହାତରେ ଟାଟୁ ଥିବା ବେଳେ ଟୁଟୁ ବୋଲି ଲେଖାଯାଇଥିବା ପିଣ୍ଟୁ ପୁଲିସକୁ କହିଛନ୍ତି ।
ଖଲ୍ଲିକୋଟ ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି ଯେ- ପିଣ୍ଟୁଙ୍କ ଘର ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗଣେଶ ନଗର । ତାଙ୍କର ଜଣେ ସମ୍ପର୍କୀୟ ଯେକି ବୈଦ୍ୟନାଥପୁର ଥାନାରେ କନେଷ୍ଟବଳ ଅଛନ୍ତି ତାଙ୍କ ବନ୍ଧକ ସୁନା ମୁକୁଳାଇବା ପାଇଁ ଦୁଇ ଲକ୍ଷ ଟଙ୍କା ଧରି ବାଣପୁର ଯାଉଥିଲେ । ଖବର ପାଇ ଛତ୍ରପୁର ଏଏସ୍ପି ଠାକୁର ପ୍ରସାଦ ପାତ୍ର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଲୁଟର ଶିକାର ପିଣ୍ଟୁଙ୍କୁ ସାଙ୍ଗରେ ନେଇ ଗୁରାପଲ୍ଲୀ ଟୋଲ୍ ଗେଟ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୁଲିସ । ଖଲ୍ଲିକୋଟ ଥାନାରେ କେସ ନମ୍ବର ୫୪୧/୨୦୨୦ ରୁଜୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ- କିଛି ଦିନି ମଧ୍ୟରେ ଖଲ୍ଲିକୋଟ ଅଞ୍ଚଳାରେ ବିଭିନ୍ନ ଲୁଟ ଓ ଅପରାଧିକ ମାମଲା ବୃଦ୍ଧି ପାଇଛି । ପୁଲିସ ଏହାକୁ ରୋକିବାରେ ତଥା ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇପାରିନି । ଏପରିକି ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍ମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons