ଖୁଣ୍ଟୁଣୀ ହାଇୱେ ଲୁଟ୍ ଘଟଣାର ପର୍ଦ୍ଧାଫାସ୍:ଅଭିଯୋଗକାରୀ ନିଜେ ‘ଖଳନାୟକ’

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ମଙ୍ଗଳବାର ଦିନ ଦି’ପହରେ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ପାଖ କଣ୍ଟାବନ୍ଧ ଓଭରବ୍ରିଜ୍ ଉପରୁ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଧାଫାସ୍ ହୋଇଛି । ଅଭିଯୋଗକାରୀ ନିଜେ ହିଁ ଏହି ଲୁଟ୍ ନାଟକର ‘ମାଷ୍ଟର୍ମାଇଣ୍ଡ୍’ ଖଳନାୟକ ବୋଲି ଜଣାପଡ଼ିଛି । ଲୋଭ ସମ୍ଭାଳି ନପାରି ସମସ୍ତ ୧୮ଲକ୍ଷ ଟଙ୍କାକୁ ହଜମ କରିବାକୁ ଯାଇ ନିଜେ ଅଭିଯୋଗକାରୀ ସନ୍ତୋଷ କୁମାର ରାଜ୍ (୨୯) ଲୁଟ୍ର ନାଟକ ରଚିଥିବା ଆଜି କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ଏସ୍ପି ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ମୁତାବକ, ବିମଲ ଜର୍ଦ୍ଧା କମ୍ପାନୀରେ ମାର୍କେଟିଂ ଏକ୍ଜିକୁ୍ୟଟିଭ୍ ଭାବେ କାମ କରୁଥିବା ସନ୍ତୋଷର ବାହାଘର ଆସନ୍ତା ମାସରେ ହେବାର ଥିଲା । ବାହାଘର ପାଇଁ ବହୁତ ଟଙ୍କା ଦରକାର ପଡୁଥିବାରୁ ସନ୍ତୋଷ ଏହି ଲୁଟ୍ ନାଟକର ଯୋଜନା କରିଥିବା ମାନିଛି । ତେବେ ସନ୍ତୋଷ ସମଗ୍ର ଘଟଣାକୁ ଏକ ବଡ଼ ଧରଣର ଲୁଟ୍ର ରୂପ ଦେବାକୁ ଏ ପ୍ରକାରର ଏକ ନାଟକ ରଚିଥିଲା । ପୂର୍ବରୁ ଟଙ୍କାକୁ ଘରେ ରଖି ଆସି ଖୁଣ୍ଟୁଣୀ ପାଖରୁ ଲୁଟ୍ର ଶିକାର ହୋଇଥିବା ସେ ଥାନାରେ ଅଭିଯୋଗ କରିଥିଲା । ଘଟଣାକୁ ନେଇ ପୁଲିସ୍ ଯେତେବେଳେ ତାଙ୍କୁ ପଚରାଉଚରା କରିଥିଲା ସେତେବେଳେ ତାଙ୍କ ଉତ୍ତରରେ କୌଣସି ତାଳମେଳ ରହିନଥିଲା । ଯାହାଫଳରେ ସନ୍ତୋଷଙ୍କ ଉପରେ ସନେ୍ଦହ ଦୃଢୀଭୂତ ହୋଇଥିଲା । ପରେ ଏସ୍ପିଙ୍କ ନିଦେ୍ର୍ଧଶ କ୍ରମେ ଏସ୍ଡିପିଓ ପି.କେ.ମଲ୍ଲ ଏବଂ ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ସନ୍ତୋଷଙ୍କ ଘର ଖାନତଲାସି କରିଥିଲେ । ପୁଲିସ୍ର ସନେ୍ଦହ ସତ ହୋଇଥିଲା । ସନ୍ତୋଷଙ୍କ ରୁମ୍ର ଖଟ ତଳୁ ୧୫ଲକ୍ଷ ୩୦ହଜାର ଟଙ୍କା ଜବତ କରିଥିଲା ପୁଲିସ୍ । ପରେ ପଚରାଉଚରା କରିବାରୁ ସନ୍ତୋଷ ଘଟଣା ସମ୍ପର୍କରେ ମାନି ଯାଇଥିଲା । ତେବେ ବଳକା ଟଙ୍କା ୨ଲକ୍ଷ ୬୬ହଜାର ଟଙ୍କା ରାକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ସନ୍ତୋଷ କହିଥିଲା । ଏହିପରି ଭାବେ ପୁଲିସ୍ ମୋଟ୍ ୧୭ଲକ୍ଷ ୯୬ହଜାର ୮୯୫ ଟଙ୍କା ଜବତ କରିଥିବା ଏସ୍ପି ସୂଚନା ଦେଇଛନ୍ତି । ସନ୍ତୋଷଙ୍କ ବିରୋଧରେ ଆଇପିସି ଦଫା ୪୦୯, ୪୨୦ ଓ ୨୦୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦି’ ପହରେ କଣ୍ଟାବନ୍ଧ ଉଭରବ୍ରିଜ୍ ଉପରୁ ୧୮ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲା । ତା’ କହିବା କଥା ଥିଲା, ଢେଙ୍କାନାଳ ଜିଲ୍ଲା କାଇମାଟିରୁ ୧୮ଲକ୍ଷ ଟଙ୍କାର ଧରି ସେ ବାଇକ୍ରେ ଭୁବନେଶ୍ୱର ଆସୁଥିଲା । ତାଙ୍କୁ ପିଛା କରି ଦୁଇଟି ପଲସର୍ ବାଇକ୍ରେ ଆସୁଥିବା ୪ଜଣ ଦୁର୍ବୃତ୍ତ କଣ୍ଟାବନ୍ଧ ଓଭରବ୍ରିଜ୍ ଉପରେ ତାକୁ ଘେରିଥିଲେ । ସେ କିଛି ବୁଝିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତା ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲା । ଅନ୍ୟଜଣେ ଲୁଟେରା ତାଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଛଡାଇ ନେଇଥିଲା । କିଛି ସମୟ ଭିତରେ ଦୁଇଟି ବାଇକ୍ରେ ଚାରି ଜଣ ଲୁଟେରା ସେଠାରୁ ଚମ୍ପଟ୍ ମାରିଥିଲେ । ଏନେଇ ଖୁଣ୍ଟୁଣୀ ଥାନାରେ ସେ ଏତଲା ଦେବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଥିଲା । କିନ୍ତୁ ପ୍ରାଥମିକ ତଦନ୍ତରୁ ହିଁ ସନ୍ତୋଷର କଥାରେ ତାଳମେଳ ନ ରହିବାରୁ ଏବଂ ପାରିପାଶ୍ୱିର୍କ ପ୍ରମାଣସବୁ ସନେ୍ଦହଜନକ ମନେହେବାରୁ ଏହି ଲୁଟ୍ ନାଟକ ରୂପକ କାରନାମା ଧରି ନେଇଥିଲା ପୁଲିସ୍ । ପୁଲିସ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନରେ ଝୁଣ୍ଟିଥିଲା ସନ୍ତୋଷ । ଯାହାଫଳରେ ପୁଲିସ ଘଟଣାର ମୂଳକୁ ଯାଇ ସନ୍ତୋଷର କାରସାଦିର ପର୍ଦ୍ଧଫାସ୍ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons