ବାଲିଗୁଡ଼ା,(ବି.ବି.ନ୍ୟୁଜ୍): ଟ୍ରକ୍ ଦୁର୍ଘଟଣାରେ ଗତ ରାତି ପ୍ରାୟ ୧୦ଟାରେ ଜଣେ ଜେଇଙ୍କ ମୃତ୍ୟୁ ହୋଇଛି । ମୃତକ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ସୂର୍ଯ୍ୟକାନ୍ତ ସେନାପତି(୨୫) । ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଦଡ଼ଙ୍ଗଠାରେ । ଘଟଣାସ୍ଥଳରୁ ଗାଡ଼ି ଜବତ କରାଯାଇଛି । ଡ୍ରାଇଭର ଫେରାର ଅଛନ୍ତି । ଏକ ଠିକାସଂସ୍ଥାର କଂକ୍ରିଟ୍ ମିକ୍ସର ଟ୍ରକ୍ (ଓଆର୍-୦୨-ବିଜେ-୯୪୨୪)ରେ ଜେଇ ସୂର୍ଯ୍ୟକାନ୍ତ ତୁମୁଡିବନ୍ଧଠାରୁ ବାଟାଗୁଡ଼ା କ୍ୟାମ୍ପକୁ ଫେରୁଥିଲେ । କୁର୍ତ୍ତମଗଡ଼ଠାରୁ ମାତ୍ର କିଛି ବାଟ ଦୂର ଦଡ଼ଙ୍ଗରେ ଟ୍ରକ୍ଟି ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଗାଡ଼ିର ସମ୍ମୁଖ ଭାଗ ଚୁର୍ମାର ହୋଇଯାଇଛି ।
Comments are closed, but trackbacks and pingbacks are open.